ଓଏଏସ୍‌: ୧୧ତମ ସ୍ଥାନରେ ଯଶିପୁରର ପଙ୍କଜ

Advertisment
ଓଏଏସ୍‌: ୧୧ତମ ସ୍ଥାନରେ ଯଶିପୁରର ପଙ୍କଜ

ଯଶିପୁର: ଯଶିପୁର ବଜାର ଭଣ୍ଡାରିପୋଷି କଲୋନୀ ବାସିନ୍ଦା ପଙ୍କଜ କୁମାର ମହାନ୍ତ ଆଜି ଘୋଷିତ ଓସିଏସ୍‌ସି  ପରୀକ୍ଷା ଫଳରେ ୧୧ତମ ସ୍ଥାନ ହାସଲ କରି ବ୍ଲକ ସମେତ ଜିଲ୍ଲାର ଗୌରବ ଆଣିଛନ୍ତି। ମଫସଲ ଗାଁ ପାପଡ଼ାରେ ଜନ୍ମିତ ପଙ୍କଜ କୁମାରଙ୍କ ପିତା ବିଶ୍ଵନାଥ ମହାନ୍ତ ଦୁର୍ଦ୍ଦୁରା ଉଚ୍ଚବିଦ୍ୟାଳୟରେ ଶିକ୍ଷକ ଓ ମାତା ଜୟନ୍ତୀ କାଶିପାଳ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କାର୍ଯ୍ୟରତ ଅଛନ୍ତି। ପଙ୍କଜଙ୍କ ଏହି ସଫଳତା ସନ୍ଧ୍ୟାରେ ଘୋଷଣା ପରେ ବିଭିନ୍ନ ମହଲରୁ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିଛି। ଆଜି ଘୋଷିତ ୩୯୨ ଜଣ ସଫଳ ପ୍ରତିଯୋଗୀଙ୍କ ମଧ୍ୟରେ ପଙ୍କଜ ୧୧ତମ ସ୍ଥାନ ହାସଲ କରି  ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛନ୍ତି।

ପଙ୍କଜ ଯଶିପୁର ସରକାରୀ ହାଇସ୍କୁଲରୁ ମାଟ୍ରିକ, ବାରିପଦା ଦତ୍ତ ରେସିଡେନ୍‌ସିଆଲ୍‌ରୁ ଯୁକ୍ତଦୁଇରେ ସଫଳତା ପରେ ଓୟୁଏଟି  ବିଶ୍ଵ ବିଦ୍ୟାଳୟରୁ +୩ ବିଜ୍ଞାନରେ ଉତ୍ତୀର୍ଣ୍ଣ ହୋଇଥିଲେ। ୨୦୧୯ ମସିହାରେ ବନାରସ୍ ହିନ୍ଦୁ ବିଶ୍ଵ ବିଦ୍ୟାଳୟରେ କିଟ୍‌ ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରିରେ ପ୍ରଥମ ସ୍ଥାନ ଅଧିକାର କରି ସ୍ଵର୍ଣ୍ଣପଦକ ହାସଲ କରି ଓଡ଼ିଶା ପାଇଁ ଗୌରବ ଆଣିଥିଲେ। ବିଜ୍ଞାନର ଛାତ୍ର ହୋଇଥିଲେ ବି ଏଭଳି ପ୍ରାଶାସନିକ ସେବା ପାଇଁ ମନ ବଳାଇବା ମୂଳରେ ରହିଛି ଆଦିବାସୀ ଅଧ୍ୟୁଷିତ ପଛୁଆ ଅଞ୍ଚଳର ବିକାଶ ଦିଗରେ କିଛି ପରିବର୍ତ୍ତନ ଆଣିବାର ଆଗ୍ରହ ଓ ପ୍ରୟାସ ବୋଲି କହିଛନ୍ତି ପଙ୍କଜ। ଜନଜାତିଙ୍କ ବିକାଶ ପାଇଁ ସେମାନଙ୍କ ନିକଟତର ହୋଇ ସେବା କରିବାର ସୁଯୋଗ ମିଳିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ପଙ୍କଜ କୁମାର ଗତ ଜୁନ୍‌ ମାସରେ ରାଜ୍ୟ ସରକାରଙ୍କ ଦ୍ବାରା ଫୁଡ୍ ସେଫ୍‌ଟି ଅଧିକାରୀ ଭାବେ ନିଯୁକ୍ତି ପାଇ କରଞ୍ଜିଆରେ ଅବସ୍ଥାପିତ ହୋଇ କାର୍ଯ୍ୟରତ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe