ବିନା କୋଚିଂରେ ପ୍ରଥମ ପ୍ରୟାସରେ ଓଏଏସ୍‌ ପାଇଲେ କନ୍ଧମାଳର ଅଞ୍ଜଳି ମାଝୀ

Advertisment

ଘର କାମ ସହ ନିଜସ୍ୱ ଉଦ୍ୟମ ସଫଳତାର ପାହାଚ ଚଢେଇଛି ଜଣେ ଗୃହିଣୀଙ୍କୁ

ଘର କାମ ସହ ନିଜସ୍ୱ ଉଦ୍ୟମ ସଫଳତାର ପାହାଚ ଚଢେଇଛି ଜଣେ ଗୃହିଣୀଙ୍କୁ

ବିନା କୋଚିଂରେ ପ୍ରଥମ ପ୍ରୟାସରେ ଓଏଏସ୍‌ ପାଇଲେ କନ୍ଧମାଳର ଅଞ୍ଜଳି ମାଝୀ

ଜି. ଉଦୟଗିରି: ଦୃଢ଼ ଇଛାଶକ୍ତି ଥିଲେ ଯେତେ ବଡ଼ କଷ୍ଟସାଧ୍ୟ କାର୍ଯ୍ୟକୁ ସହଜରେ କରି ସଫଳତାର ପାହାଚ ଚଢିହୋଇଥାଏ। ଏହିଭଳି ଜଣେ ମହିଳା ନିଜସ୍ୱ ଉଦ୍ୟମ ଦୃଢ଼ ଇଛାଶକ୍ତି ବଳରେ ବିନା କୋଚିଂରେ ପ୍ରଥମ ପ୍ରୟାସରେ ଓଏଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ସମାଜ ପାଇଁ ଏକ ଉଦାହରଣ ପାଲଟିଛନ୍ତି କନ୍ଧମାଳ ମାଟିର ଝିଅ ଅଞ୍ଜଳି ମାଝୀ।

୨୦୧୮ ଓଡିଶା ପ୍ରଶାସନିକ ସେବା ପରୀକ୍ଷା ଦେଇ ୧୦୮ନଂ ସ୍ଥାନ ହାସଲ କରିଛନ୍ତି କନ୍ଧମାଳ ଜିଲ୍ଲା ଟିକାବାଲିର ଜଣେ ଚାଷୀ ପରିବାରର ଝିଅ ହେଉଛନ୍ତି ଅଞ୍ଜଳି। ପିତା ଭୁଲେଶ୍ୱର ମାଝୀ ଜଣେ ଚାଷୀ। ମା କାନ୍ତି ମାଝୀ ଜଣେ ଗୃହିଣୀ। ଅଞ୍ଜଳିଙ୍କ ଜନ୍ମ ୧୯୯୭ ମସିହା ମେ’ ୫ ତାରିଖରେ। ପ୍ରଥମ ଶ୍ରେଣୀରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଟିକାବାଲି ସରସ୍ୱତୀ ଶିଶୁ ମନ୍ଦିରରେ ପାଠ ପଢିଥିଲେ। ଟିକାବାଲି ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢି ୨୦୧୨ ମସିହାରେ ୮୬.୫%ମାର୍କ ରଖି ଉତ୍ତୀର୍ଣ ହେବା ପରେ ଭୁବନେଶ୍ୱର ହାଇଟେକ ସାଇନ୍‌ସ କଲେଜରେ +୨ରେ ପାଠ ପଢିଥିଲେ। ସେ ୨୦୧୪ମସିହାରେ ୭୨%ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିଲେ। ଭୁବନେଶ୍ୱର ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ( କୃଷି)ରେ ସ୍ନାତକ କରି ୨୦୧୮ମସିହାରେ ୮୬%ପ୍ରତିଶତ ମାର୍କ ରଖି ପାସ୍‌ ହୋଇଥିଲେ।

ଏହା ପରେ ଅଞ୍ଜଳି ଟିକାବାଲିରେ ରାକେଶ କୁମାର ଦୁଗାଳଙ୍କୁ ବିବାହ କରିଥିଲେ। ବିବାହ ପରେ ସ୍ୱାମୀ ରାକେଶ ସ୍ତ୍ରୀ ଅଞ୍ଜଳିଙ୍କ ଶିକ୍ଷା କ୍ଷେତ୍ରରେ ଥିବା ଦକ୍ଷତା କିଛି କରିବାର ଉଚ୍ଚ ଅଭିଳାଶ ଦେଖି ଓଡିଶା ପ୍ରଶାସନିକ ସେବା ପରୀକ୍ଷା ନିମନ୍ତେ ପ୍ରସ୍ତୁତ କରିବାକୁ ଉତ୍ସାହିତ କରିବା ସହ ସହଯୋଗ କରିଥିଲେ। ସ୍ୱାମୀ ରାକେଶ ଜଣେ ସହକାରୀ ଶିକ୍ଷକ। ଅଞ୍ଜଳି ନିଜ ଶାଶୁ ଗଜରେ ଘରକଥା ବୁଝିବା ସହ ଓଏଏସ ପରୀକ୍ଷା ପାଇଁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କଲେ। ଦୈନିକ ୮ରୁ ୧୦ଘଣ୍ଟା ପରିଶ୍ରମ କରିଥିଲେ।

କୌଣସି କୋଚିଂ ନ ନେଇ ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। କ୍ରମିକ ନଂ ୧୦୮ରେ ସେ ରହିଛନ୍ତି। ଅଞ୍ଜଳି ନିଜ ପ୍ରତିକ୍ରିୟାରେ କହିଛନ୍ତି ଆଜି ଯେଉଁ ସଫଳତା ପାଇଛନ୍ତି ତା ପଛରେ ତାଙ୍କ ସ୍ୱାମୀଙ୍କ ପ୍ରଛନ୍ନ ହାତ ରହିଥିବା ବେଳେ ଶାଶୁ ଘର ଲୋକଙ୍କ ସହଯୋଗ ବାପା ମାଙ୍କ ଆଶୀର୍ବାଦ ସହ ନିଜ ଦୃଢ଼ ଇଛାଶକ୍ତି ପରିଶ୍ରମ ଯୋଗୁଁ ସେ ଆଜି ଏହି ସଫଳତା ର ପାହାଚ ଚଢିପାରିଛନ୍ତି। ଅଞ୍ଜଳିଙ୍କ ଭଳି ଜଣେ ଗୃହିଣୀ ନିଜସ୍ୱ ଉଦ୍ୟମ ବଳରେ ଯେଉଁ ସଫଳତା ପାଇଛନ୍ତି। କନ୍ଧମାଳ ଜିଲ୍ଲା ପାଇଁ ଏକ ଗୌରବ ଆଣିବା ସହ ଜିଲ୍ଲାର ଯୁବ ପିଢ଼ିଙ୍କ ଆଦର୍ଶ ପାଲଟିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe