କୋଟିଆରେ ଆରମ୍ଭ ହେଲା ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଛାତ୍ରଛାତ୍ରୀଙ୍କ ପାଇଁ ନିଃଶୁଳ୍କ ବସ୍‌ ସେବା

Advertisment
କୋଟିଆରେ ଆରମ୍ଭ ହେଲା ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଛାତ୍ରଛାତ୍ରୀଙ୍କ ପାଇଁ ନିଃଶୁଳ୍କ ବସ୍‌ ସେବା

ଭୁବନେଶ୍ବର: ରାଜ୍ୟ ସରକାର କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ଗ୍ରାମପୁଞ୍ଜର ସର୍ବାଙ୍ଗୀନ ବିକାଶ ପାଇଁ କାମ କରୁଛନ୍ତି। ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ କୋଟିଆରେ ଚଳିତ ଶିକ୍ଷା ବର୍ଷରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି) ଆରମ୍ଭ ହୋଇଯାଇଛି। ନୂତନ ଭାବରେ ପ୍ରତିଷ୍ଠା ହୋଇଥିବା ବିଦ୍ୟାଳୟର ୬ଷ୍ଠ ଶ୍ରେଣୀରେ ମୋଟ ୫୯ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ଏଥି ସହିତ ବିଦ୍ୟାଳୟରେ ପାଠପଢ଼ା ମଧ୍ୟ ଆରମ୍ଭ ହୋଇଯାଇଛି। ବିଦ୍ୟାଳୟର ଏକ ଛାତ୍ରାବାସ ନିର୍ମାଣ ଶେଷ ହୋଇଯାଇଛି। ତେବେ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟକୁ ଯାତାୟାତ ପାଇଁ ନିଃଶୁଳ୍କ ବସ୍‌ ସେବା ମଧ୍ୟ ଯୋଗାଇ ଦିଆଯାଇଛି।

publive-image

କୋଟିଆରେ ସିବିଏସ୍‌ଇ ଢାଞ୍ଚାରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ହେବା ଦ୍ବାରା ସ୍ଥାନୀୟ ଲୋକେ ଖୁସି ଅନୁଭବ କରୁଛନ୍ତି। ସେମାନେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସୂଚନାଯୋଗ୍ୟ, ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗତ ଏପ୍ରିଲ ମାସରେ କୋଟିଆ ଗସ୍ତରେ ଯାଇଥିଲେ। ସେହି ସମୟରେ ସେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ନିର୍ମାଣ କାମ ଅଗ୍ରଗତି ନେଇ ସମୀକ୍ଷା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe