ଖଣ୍ଡପଡ଼ା: ଖଣ୍ଡପଡ଼ା ଏନ୍ଏସି ଅଧୀନ ତହସିଲ ଅଫିସ ନିକଟରେ ଥିବା ପ୍ରାଣୀ ଚିକିତ୍ସାଳୟର ହୋର୍ଡିଂରେ ଅଶୁଦ୍ଧ ଓଡ଼ିଆ ବନାନ ଲେଖାଥିବା ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା ହୋର୍ଡିଂ ଲାଗିଥିବା ବେଳେ ଏଠାରେ ‘ପ୍ରାଣୀ’ ଶବ୍ଦକୁ ‘ପ୍ରାଣି’ ଭାବେ ଲେଖାଯାଇଛି। ପୁରା ହୋର୍ଡିଂ ଏଭଳି ଥରେ ନୁହେଁ ୩ ଥର ପ୍ରାଣୀ ଶବ୍ଦକୁ ଭୁଲ୍ ଭାବେ ଲେଖାଯାଇଛି। ଏଭଳି ଗୁରୁତର ଭୁଲ ହୋଇଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ନ ପଡ଼ିବା ସମସ୍ତଙ୍କୁ ଚକିତ କରିଛି। ତୁରନ୍ତ ଏହି ହୋର୍ଡିଂରେ ବନାନ ଶୁଦ୍ଧ କରିବାକୁ କାଉନ୍ସିଲର୍ ସରୋଜ କୁମାର ପ୍ରଧାନଙ୍କ ସମେତ ବହୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।
ପ୍ରାଣୀ ଚିକିତ୍ସାଳୟ ହୋର୍ଡିଂରେ ଅଶୁଦ୍ଧ ଓଡ଼ିଆ
Advertisment
Follow Us