ନାବାଳିକାଙ୍କ ଅଶ୍ଳୀଳ ଫଟୋ ଭାଇରାଲ: ୭ ଯୁବକ ଗିରଫ ହୋଇ କୋର୍ଟ ଚାଲାଣ

ଭେଡେନ ଥାନା ଅନ୍ତର୍ଗତ ଜଣେ ନାବାଳିକାଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରିଥିବା ଅଭିଯୋଗରେ ୭ଜଣ ଯୁବକଙ୍କୁ ଭେଡେନ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ସୂଚନା ମୁତାବକ ନାବାଳିକାଙ୍କ ସହିତ ମୁଖ୍ୟ ଅଭିଯୁକ୍ତଙ୍କର ପ୍ରେମ ସମ୍ପର୍କ ଥିଲା...

Obscene photo of minor girl goes viral: 7 youths arrested, court proceedings underway

Obscene photo of minor girl goes viral: 7 youths arrested, court proceedings underway Photograph: (sambad.in)

ଭେଡେନ: ବରଗଡ଼ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ଜଣେ ନାବାଳିକାଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରିଥିବା ଅଭିଯୋଗରେ  ୭ଜଣ ଯୁବକଙ୍କୁ ଭେଡେନ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ସୂଚନା ମୁତାବକ ନାବାଳିକାଙ୍କ ସହିତ ମୁଖ୍ୟ ଅଭିଯୁକ୍ତ ବସନ୍ତ ପଟେଲ(୨୪)ଙ୍କର ପ୍ରେମ ସମ୍ପର୍କ ଥିଲା।

ପରେ ସେହି ସମ୍ପର୍କରେ ତିକ୍ତ ଭାବ ସୃଷ୍ଟି ହେବାରୁ ବସନ୍ତ ପଟେଲ ନିଜ ପାଖରେ ରଖିଥିବା ନାବାଳିକାଙ୍କ ଅଶ୍ଲୀଳ ଫଟୋକୁ ମୋବାଇଲରେ ଭାଇରାଲ କରିଥିଲେ। 

ଏ ସମ୍ପର୍କରେ ନାବାଳିକା ଜାଣିବା ପରେ ଭେଡେନ ଥାନାରେ ଅଭିଯୋଗ କରିଥିଲେ।  ଏହାକୁ ଗୁରୁତ୍ୱ ଦେଇ ଭେଡେନ ଥାନା ଅଧିକାରୀ ସୁଶାନ୍ତ କୁମାର ଦାଶଙ୍କ ନେତୃତ୍ବରେ ଭେଡେନ ପୁଲିସ ମୁଖ୍ୟ ଅଭିଯୁକ୍ତ ବସନ୍ତ ପଟେଲଙ୍କୁ ଗିରଫ କରିଥିଲେ।

ଏହା ସହିତ ଫଟୋ ଭାଇରାଲ କରିଥିବା ଅନ୍ୟ ଯୁବକ ଛବିଲ ମେଲ୍ଲି(୨୩) ,ଜୀବର୍ଦ୍ଧନ ବେହେରା(୨୪),ପ୍ରକାଶ ପଧାନ(୨୪) ,ସୁବ୍ରତ ପଧାନ(୨୬),ତୋଷବନ୍ତ ପଧାନ(୨୬), ପ୍ରଫୁଲ୍ଲ ବେହେରା(୨୩)କୁ ଗିରଫ କରି କୋର୍ଟ ଚାଲାଣ କରିଛି। 

Bargarh | Crime 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe