Odisha Sun Times
ସମ୍ବଲପୁର : ଭିମ୍ସାରର ନିର୍ଦେଶକ ପଦରୁ ଇସ୍ତଫା ଦେବାର ୮ ମାସ ହୋଇଯାଇଥିଲେ ମଧ୍ୟ ଲୁଣ ଚିକିତ୍ସା ବିବାଦ ଡା.ଅଶ୍ବିନୀ ପୂଜାହାରୀଙ୍କ ପିଛା ଛାଡ଼ୁନି। ଉକ୍ତ ଚିକିତ୍ସା ଦ୍ବାରା ରୋଗୀଙ୍କ ମାନବାଧିକାର ଉଲ୍ଲଂଘନ ଅଭିଯୋଗ ଉପରେ ନିଜ ପକ୍ଷ ରଖିବାକୁ ଡା.ପୂଜାହାରୀଙ୍କୁ ଓଡିଶା କାଉନ୍ସିଲ ଅଫ୍ ମେଡିକାଲ ରେଜିଷ୍ଟ୍ରେସନ ପକ୍ଷରୁ ନୋଟିସ୍ କରାଯାଇଛି। କାଉନସିଲର ଏଥିକ୍ସ କମିଟି ନିକଟରେ ଆସନ୍ତା ୬ ତାରିଖରେ ହାଜର ହୋଇ ନିଜର ପକ୍ଷ ରଖିବାକୁ ଏଥିରେ କୁହାଯାଇଛି। ଉତ୍ତର ରଖିବାରେ ଡା.ପୂଜାରୀ ବିଫଳ ହେଲେ କମିଟି କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିପାରେ ବୋଲି ଉଲ୍ଲେଖ ରହିଛି। ଓଡିଶା କାଉନ୍ସିଲ ଅଫ ମେଡିକାଲ ରେଜିଷ୍ଟ୍ରେସନର ରେଜିଷ୍ଟ୍ରାରଙ୍କ ଦସ୍ତଖତ ଥିବା ଏହି ନୋଟିସ୍ ଗତ ୨୨ ତାରିଖରେ ଡାକ ଯୋଗ ପଠାଯାଇଥିବା ଜଣାପଡ଼ିଛି।
Follow Us