ଫେବ୍ରୁଆରି ୨୧ରୁ ଓସିଏସ୍ ମୁଖ୍ୟ ଲିଖିତ ପରୀକ୍ଷା

Advertisment
ଓପିଏସସି ପରୀକ୍ଷା ପ୍ରଶ୍ନପତ୍ର ଓଡ଼ିଆରେ ମୁଦ୍ରଣ ପାଇଁ ଦାବି

କଟକ : ଓଡ଼ିଶା ସିଭିଲ୍‌ ସର୍ଭିସ ମୁଖ୍ୟ ଲିଖିତ ପରୀକ୍ଷା( ଓସିଏସ୍) ଫେବ୍ରୁଆରି ୨୧ ତାରିଖରୁ ଆରମ୍ଭ ହେବ। ଆଜି ଏ ସଂପର୍କରେ ଓଡ଼ିଶା ଲୋକସେବା ଆୟୋଗ( ଓପିଏସସି) ପକ୍ଷରୁ ଏକ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ପ୍ରକାଶ ପାଇଥିବା ପରୀକ୍ଷା କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଫେବ୍ରୁଆରି ୨୨ ତାରିଖରୁ ମାର୍ଚ୍ଚ ୮ ତାରିଖ ମଧ୍ୟରେ ଓସିଏସ୍ ପରୀକ୍ଷା ଅନୁଷ୍ଠିତ ହେବ ବୋଲି କାର୍ଯ୍ୟସୂଚୀ ପ୍ରକାଶ ପାଇଥିବା ବେଳେ ସଂଶୋଧିତ ବିଜ୍ଞପ୍ତିରେ ଏହି ପରୀକ୍ଷ‌ା ୨୧ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୧୩ ତାରିଖରେ ଶେଷ ହେବ ବୋଲି ଓପିଏସ୍ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe