ସମ୍ବାଦ ଗ୍ରୁପ୍‌ ପକ୍ଷରୁ ‘ବିପଦର ବନ୍ଧୁ’ କାର୍ଯ୍ୟକ୍ରମ: ଚିକିତ୍ସା ପରାମର୍ଶ ଦେଲେ ଡାକ୍ତର

ସମ୍ବାଦ ଗ୍ରୁପ୍‌ ପକ୍ଷରୁ ‘ବିପଦର ବନ୍ଧୁ’ କାର୍ଯ୍ୟକ୍ରମ: ଚିକିତ୍ସା ପରାମର୍ଶ ଦେଲେ ଡାକ୍ତର

Fierce Healthcare

ଭୁବନେଶ୍ବର : ‘ସମ୍ବାଦ ଗ୍ରୁପ୍‌’ ପକ୍ଷରୁ ଆରମ୍ଭ ହୋଇଥିବା ‘ବିପଦର ବନ୍ଧୁ’ ହେଲ୍‌ପ-ଡେସ୍କରେ ରାଜ୍ୟର ବହୁ ବିଶିଷ୍ଟ ଡାକ୍ତର ଯୋଗଦେଇ ଲୋକମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ସହ ଚିକିତ୍ସା ସମ୍ବନ୍ଧୀୟ ପରାମର୍ଶ ଦେଉଛନ୍ତି। ଆଜି ଏହି କାର୍ଯ୍ୟକ୍ରମରେ ଡା. କସ୍ତୁରି ଭରଦ୍ବାଜ, ଡା. ସତ୍ୟକାମ ମହାପାତ୍ର, ଡା. ନିହାର ରଂଜନ କର ଏବଂ ଡା. ସୂର୍ଯ୍ୟକ‌ାନ୍ତ ମହାପାତ୍ର ଯୋଗଦେଇ ଲୋକମାନଙ୍କୁ ବିଭିନ୍ନ ଉପାଦେୟ ପରାମର୍ଶ ଦେଇଛନ୍ତି।

ରାଜ୍ୟର କୋଣ ଅନୁକୋଣରୁ ଶହଶହ ସଂଖ୍ୟାରେ ଲୋକେ କରୋନା ବିଷୟରେ ଚାହୁଥିବାରୁ ଏହି 'ହେଲ୍‌ପ ଡେସ୍କ'ରେ ସ୍ବେଚ୍ଛାସେବୀ ଡାକ୍ତର ବନ୍ଧୁମାନେ ଅଧିକ ସଂଖ୍ୟାରେ ଯୋଗ ଦେବାର ଆବଶ୍ୟକତା ରହିଛି। ଏହି ମହତ୍‌ କାର୍ଯ୍ୟରେ ଯୋଡ଼ି ହେବାକୁ ଇଚ୍ଛୁକ ଡାକ୍ତର ଯୋଦ୍ଧା ୭୦୦୮୯୯୨୪୧୦ ନମ୍ବରରେ ହ୍ବାଟ୍‌ସଆପ୍‌ ଜରିଆରେ ନିଜ ସମ୍ମତି ଜଣାଇବାକୁ 'ସମ୍ବାଦ' ଗ୍ରୁପ୍‌ର ଅଧ୍ୟକ୍ଷ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe