Shutterstock
ଓଡ଼ାପଡ଼ା : ଓଡ଼ାପଡ଼ା ବ୍ଲକ୍ ନାଧରା ଗ୍ରାମ ନିକଟ ଗୋ କନେକଶ୍ୱର ମହାଦେବ ମନ୍ଦିରଠାରେ ଆୟୋଜିତ ମକର ମେଳା ଦେଖି କେତେକ ଯାତ୍ରୀ ବ୍ରାହ୍ମଣୀ ନଦୀରେ ଡଙ୍ଗାରେ ଫେରୁଥିବା ବେଳେ ଡଙ୍ଗାଟି ଭାରସାମ୍ୟ ହରାଇବାରୁ ସେମାନେ ନଦୀରେ ଖସିପଡ଼ିଥିଲେ। ତେବେ, ଯାତ୍ରୀମାନେ ସୁରକ୍ଷିତ ଭାବେ ନଦୀକୂଳକୁ ଫେରି ଆସିବାରୁ ଏକ ବଡ଼ଧରଣର ଅଘଟଣକୁ ଏଡ଼ାଇ ଦିଆଯାଇପାରିଛି।
ସୂଚନା ଅନୁସାରେ, ଗୋକନେକଶ୍ୱର ମହାଦେବ ମନ୍ଦିରଠାରେ ଶନିବାରଠାରୁ ମକର ମେଳା ଆରମ୍ଭ ହୋଇଛି। ଏହି ଯାତ୍ରା ଦେଖିବାକୁ ଆଖପାଖ ଅଞ୍ଚଳର ଅନେକ ଯାତ୍ରୀ ଆସିଥିଲେ। ଯାତ୍ରା ଦେଖି କିଛି ଯାତ୍ରୀ ଆଜି ସନ୍ଧ୍ୟାରେ ଘରକୁ ଯିବା ପାଇଁ ଏକ ଡଙ୍ଗାରେ ବ୍ରାହ୍ମଣୀ ନଦୀ ପାର୍ ହେଉଥିବା ବେଳେ ଡଙ୍ଗାଟି ଭାରସାମ୍ୟ ହରାଇଥିଲା। ଫଳରେ, ଡଙ୍ଗାରେ ବସିଥିବା ଯାତ୍ରୀମାନେ ନଦୀ ମଧ୍ୟରେ ଖସି ପଡ଼ିଥିଲେ। ପରେ ସମସ୍ତ ଯାତ୍ରୀ ନିରାପଦରେ କୂଳକୁ ଫେରି ଆସିଥିବା ବେଳେ ଜଣେ ଶିଶୁ ପାଣିରେ ବୁଡ଼ି ଅସୁସ୍ଥ ହୋଇପଡିଥିଲା। ତାକୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାକୁ ନିଆଯାଇଥିବା ଜଣାପଡ଼ିଛି।
ତେବେ, ଏହି ଘଟଣା ମନୁଷ୍ୟକୃତ ବୋଲି ସାଧାରଣରେ ଆଲୋଚନା ହେଉଛି । ଏହାର ତଦନ୍ତ ପରେ ସମସ୍ତ ଘଟଣା ଜଣାପଡ଼ିବ।
Follow Us