ଆଜି ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ

Advertisment
ଉପନିର୍ବାଚନ ପ୍ରଚାରରେ ଦୁଲୁକୁଛି ବ୍ରଜରାଜନଗର: ଅଳକାଙ୍କ ପାଇଁ ପ୍ରଚାର କରୁଛନ୍ତି ମନ୍ତ୍ରୀ ଟୁକୁନି ସାହୁ

The New Indian Express

ଭୁବନେଶ୍ବର : ୧୨ ତାରିଖରୁ ରାଜ୍ୟର ସବୁ ପଞ୍ଚାୟତ ସମିତି ନୂଆ ଅଧ୍ୟକ୍ଷ ପାଇବେ। ଆଜି ଏଥି ପାଇଁ ନିର୍ବାଚନ ହେବ। ନବନିର୍ବାଚିତ ପଞ୍ଚାୟତ ସମିତି ସଦସ୍ୟମାନେ ନିଜ ଭିତରୁ ଜଣଙ୍କୁ ଅଧ୍ୟକ୍ଷ ଭାବେ ନିର୍ବାଚିତ କରିବେ। ପଞ୍ଚାୟତ ସମିତି ଦଖଲ ଏବେ ସ୍ଥାନୀୟ ବିଧାୟକଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇପଡ଼ିଛି। ଏଥିପାଇଁ ସବୁ ଜିଲ୍ଲାରେ ଛକାପଞ୍ଝା ଜାରି ରହିଛି। ଫଳାଫଳ ପ୍ରକାଶ ପାଇଲା ପରେ ଅଜ୍ଞାତବାସରେ ଥିବା ସମିତି ସଦସ୍ୟମାନେ ଆଜି ନିଜ ନିଜ ଅଞ୍ଚଳକୁ ଫେରିଥିବା ଜଣାପଡ଼ିଛି। ଆସନ୍ତାକାଲି ଅପରାହ୍ନ ସୁଦ୍ଧା ସବୁ ପଞ୍ଚାୟତ ସମିତିର ଚିତ୍ର ସ୍ପଷ୍ଟ ହେବ।

ନିର୍ବାଚନ କମିସନ୍‌ଙ୍କୁ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ୧୨ ତାରିଖ ପୂର୍ବାହ୍ନ ୧୦ଟା ୩୦ରୁ ୧୧ଟା ୩୦ ମଧ୍ୟରେ ଅଧ୍ୟକ୍ଷ ନିର୍ବାଚନ ପାଇଁ ବ୍ଲକ୍ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଉପଲବ୍ଧ ହେବ। ସେହି ସମୟ ମଧ୍ୟରେ ଆଶାୟୀ ପ୍ରାର୍ଥୀମାନେ ପ୍ରାର୍ଥିପତ୍ର ଦାଖଲ କରିବେ। ୧୧ଟା ୩୦ରୁ ୧୨ଟା ୩୦ ମଧ୍ୟରେ ପ୍ରାର୍ଥିପତ୍ରଗୁଡ଼ିକୁ ଯାଞ୍ଚ୍ କରାଯିବ। ଅପରାହ୍ନ ୧ଟା ପୂର୍ବରୁ ଇଚ୍ଛୁକ ପ୍ରାର୍ଥୀମାନେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିପାରିବେ। ଯଦି ଏକାଧିକ ପ୍ରାର୍ଥୀ ଥା’ନ୍ତି, ତେବେ ୧ଟା ୩୦ରୁ ୪ ଟା ଭିତରେ ନିର୍ବାଚନ ହେବ। ତାହା ପରେ ଫଳାଫଳ ଘୋଷଣା କରାଯିବ। ଆସନ୍ତା ୨୩ ତାରିଖରେ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ନିର୍ବାଚନ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe