ବିଜେଡିରୁ ଇସ୍ତଫା ପରେ ବିଜେପିରେ ମିଶିଲେ ଅଭିନେତା ଅରିନ୍ଦମ ରାୟ

Advertisment
ବିଜେଡିରୁ ଇସ୍ତଫା ପରେ ବିଜେପିରେ ମିଶିଲେ ଅଭିନେତା ଅରିନ୍ଦମ ରାୟ

ଭୁବନେଶ୍ବର: ସାଧାରଣ ନିର୍ବାଚନ-୨୦୨୪ ପୂର୍ବରୁ ଶଙ୍ଖ ଛାଡ଼ି ପଦ୍ମ ଧରିଛନ୍ତି ଓଡ଼ିଆ ଚଳଚ୍ଚିତ୍ର ଦୁନିଆର ଲୋକପ୍ରିୟ ଅଭିନେତା ଅରିନ୍ଦମ ରାୟ। ସେ ଆଜି ବିଜେଡିର ସଭ୍ୟ ପଦରୁ ଇସ୍ତଫା ଦେଲା ପରେ ବିଜେପିରେ ସାମିଲ ହୋଇଛନ୍ତି। ସେ ଆଜି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ନେଇ ଚିଠି ଲେଖିଥିଲେ। ଚିଠି ଲେଖିବାର କିଛି ସମୟ ପରେ ସେ ବିଜେପିରେ ଯୋଗ ଦେଇଛନ୍ତି।

ଇସ୍ତଫାପତ୍ରରେ ଅରିନ୍ଦମ ଲେଖିଥିଲେ, ମୁଁ ୨୦୦୯ ମସିହାରେୁ ବିଜେଡିରେ ଯୋଗଦେଇଥିଲି। ୨୦୧୪ ନିର୍ବାଚନରେ ଷ୍ଟାର ପ୍ରଚାରକ ଭାବେ କାମ କରିଛି। କଟକ, ତିର୍ତ୍ତୋଲ ସହିତ କୋରାପୁଟରେ ଜିଲ୍ଲା ପରିଷଦ ଓ ମ୍ୟୁନିସିପାଲିଟି ନିର୍ବାଚନରେ ତୃଣମୂଳ ସ୍ତରରେ କାମ କରିଛି। ମୁଁ ମୋ ଦଳର ନେତାଙ୍କୁ ଭେଟିବାକୁ ଉଦ୍ୟମ କରିଛି। କିନ୍ତୁ ସେହି ସୁଯୋଗ ପାଇପାରି ନାହିଁ। ସେ ଇସ୍ତଫା ପତ୍ରରେ ନିଜର କ୍ଷୋଭ ପ୍ରକାଶ କରିଥିଲେ। ତାଙ୍କ କାର୍ଯ୍ୟକୁ ଦଳରେ ମର୍ଯ୍ୟାଦା ମିଳୁନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe