Cement Art: କର୍ମକୁ ଗୁରୁତ୍ବ ଦିଏ ବୋଲି ପରିବାରଠୁ ଦୂରରେ ରହିବାକୁ ପଡୁଛି: ଚନ୍ଦ୍ର

Advertisment

ଓଡ଼ିଶା ମାଟିର ପୁଅ ଚନ୍ଦ୍ର। ସିମେଣ୍ଟ ଓ ବାଲିର ମିଶ୍ରଣରୁ ନିଜର କଳା ଚାତୁରୀ ଦେଖାଇଥାନ୍ତି। ଜନ୍ମଭୂମି ବାଲେଶ୍ବର ଜିଲ୍ଲାର ସୋର ବ୍ୟତୀତ ବାହାରେ ମଧ୍ୟ ସୁନାମ ଆଣୁଛନ୍ତି। ଓଡ଼ିଶାର ମୂର୍ତ୍ତି କଳା ନିର୍ମାଣ ଶୈଳୀକୁ ପଡ଼ୋଶୀ ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ଗୁଜାରଟ ଓ ରାଜସ୍ଥାନରେ ଉପସ୍ଥାପିତ କରିଛନ୍ତି।

ଓଡ଼ିଶା ମାଟିର ପୁଅ ଚନ୍ଦ୍ର। ସିମେଣ୍ଟ ଓ ବାଲିର ମିଶ୍ରଣରୁ ନିଜର କଳା ଚାତୁରୀ ଦେଖାଇଥାନ୍ତି। ଜନ୍ମଭୂମି ବାଲେଶ୍ବର ଜିଲ୍ଲାର ସୋର ବ୍ୟତୀତ ବାହାରେ ମଧ୍ୟ ସୁନାମ ଆଣୁଛନ୍ତି। ଓଡ଼ିଶାର ମୂର୍ତ୍ତି କଳା ନିର୍ମାଣ ଶୈଳୀକୁ ପଡ଼ୋଶୀ ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ଗୁଜାରଟ ଓ ରାଜସ୍ଥାନରେ ଉପସ୍ଥାପିତ କରିଛନ୍ତି।

Untitled-15 copy

Cement artist Chandra Mohan Palai. Photograph: (sambad.in)

‘‘କରାଗ୍ରେ ବସତେ ଲକ୍ଷ୍ନୀଃ କର ମଧ୍ୟେ ସରସ୍ବତୀ, 
କର ମଧ୍ୟେ ତୁ ଗୋବିନ୍ଦଃ, ପ୍ରଭାତେ କର ଦର୍ଶନମ୍‌।’’

ବିଷ୍ଣୁ ପୁରାଣର ଉପରୋକ୍ତ ଶ୍ଳୋକ ମଣିଷକୁ ସକାରାତ୍ମକ ଶକ୍ତି, ଦିବ୍ୟ ଶକ୍ତି, ଧନ, ଜ୍ଞାନ ଏବଂ ଧାର୍ମିକ ଆଚରଣ ସ୍ମରଣ ସହିତ ଦିନ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥାଏ। ଏହା ସୂଚିତ କରିଥାଏ ଯେ, ଧନ, ଜ୍ଞାନ ଏବଂ ଧାର୍ମିକ ଆଚରଣ ମଣିଷର ନିଜ ହାତରେ ବାସ କରିଥାନ୍ତି। ତେଣୁ ପ୍ରତିଦିନ ସେ ସବୁ ଆଚରଣର ସମ୍ମାନ କରିବା ଉଚିତ୍। କର୍ମକୁ ଗୁରୁତ୍ବ ଦିଏ। ସେଥି ପାଇଁ ପରିବାର ଠାରୁ ଦୂରରେ ରହିବାକୁ ପଡୁଛି। ଏମିତି କହିଛନ୍ତି ଓଡ଼ିଶାର ଜଣେ ମନ୍ଦିର ମୂର୍ତ୍ତି କାରିଗର ଚନ୍ଦ୍ର ମୋହନ ପଲେଇ।

ଓଡ଼ିଶା ମାଟିର ପୁଅ ଚନ୍ଦ୍ର। ସିମେଣ୍ଟ ଓ ବାଲିର ମିଶ୍ରଣରୁ ନିଜର କଳା ଚାତୁରୀ ଦେଖାଇଥାନ୍ତି। ଜନ୍ମଭୂମି ବାଲେଶ୍ବର ଜିଲ୍ଲାର ସୋର ବ୍ୟତୀତ ବାହାରେ ମଧ୍ୟ ସୁନାମ ଆଣୁଛନ୍ତି। ଓଡ଼ିଶାର ମୂର୍ତ୍ତି କଳା ନିର୍ମାଣ ଶୈଳୀକୁ ପଡ଼ୋଶୀ ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ଗୁଜାରଟ ଓ ରାଜସ୍ଥାନରେ ଉପସ୍ଥାପିତ କରିଛନ୍ତି। ପିଲାଟି ଦିନରୁ ମୂର୍ତ୍ତି ଗଢ଼ି ଆସୁଥିବା ଚନ୍ଦ୍ରଙ୍କ ପ୍ରତକ୍ଷ୍ୟ ତତ୍ବାବଧାନରେ ଅନେକଗୁଡ଼ିଏ ଶିଳ୍ପୀ ଜୀବନ୍ତ ଭଳି ପ୍ରତିମା ନିର୍ମାଣ କରୁଛନ୍ତି। ଓଡ଼ିଶାରେ ଯେଉଁ ପାରିଶ୍ରମିକ ମିଳେ, ତା’ଠାରୁ ବାହାର ରାଜ୍ୟରେ କେଉଁ ଗୁଣା ଅଧିକ ବୋଲି ମଧ୍ୟ ସେ କୁହନ୍ତି। ୨୦୨୫ ଡିସେମ୍ବର ୨୮ ତାରିଖରେ ପ୍ରୟାଗରାଜରୁ ରାଞ୍ଚି ଯାତ୍ରା ସମୟରେ ଜମ୍ମୁ ତାଭି-ସମ୍ବଲପୁର ଏକ୍ସପ୍ରେସ୍‌ରେ ତାଙ୍କୁ ଭେଟିଥିଲେ ମହେନ୍ଦ୍ର ସାହୁ। ଟ୍ରେନ୍‌ରେ ଏହି ଯାତ୍ରା କାଳରେ ‘ସମ୍ବାଦ ଡିଜିଟାଲ’କୁ ଚନ୍ଦ୍ର ନିଜର ଅଭିଜ୍ଞତା ସେୟାର କରି ଏମିତି କହିଥିଲେ।

ସଂକ୍ଷେ‌ପରେ ଚନ୍ଦ୍ର...

ପୂରାନାମ: ଚନ୍ଦ୍ର‌ ମୋହନ ପଲେଇ
ପିତା: ବିଷ୍ଣୁ ମୋହନ ପଲେଇ 
ମାତା: ସ୍ବର୍ଗତ ଜାନକୀ ପଲେଇ
ପତ୍ନୀ: ସୁଶ୍ରୀ ସଂଗୀତା ପଲେଇ
ପୁଅ-ଝୀଅ: ଅମ୍ବିକା ପଲେଇ (ଦଶମ ଶ୍ରେଣୀ), କ୍ଷୀତିଶ ପଲେଇ (ସପ୍ତମ ଶ୍ରେଣୀ) ଓ ଗୌରବ ପଲେଇ
ଜନ୍ମ: ୨୭ ଅପ୍ରେଲ ୧୯୮୭
ଗ୍ରାମ: ମହୁମୁହାଣ 
ବ୍ଲକ: ସୋର, ଜିଲ୍ଲା: ବାଲେଶ୍ବର

ଆହୁରି ପଢ଼ନ୍ତୁ: Literature: ନିର୍ମଳ କୁମ୍ଭାରଙ୍କ ଗଳ୍ପ ‘ଦୁଇ ହୃଦୟର ସ୍ୱର’...

ଚନ୍ଦ୍ର ମୋହନ କୁହନ୍ତି, ପିଲାଟି ବେଳରୁ ମୂର୍ତ୍ତି ନିର୍ମାଣ କରିବାର ଆଗ୍ରହ ନଥିଲା। ବାପା ଖଣିରେ ଗାଡ଼ି ଚଳାଉଥିଲେ। ୨୦୦୪ରେ ବାପା ଓ ଦାଦା ଅଲଗା ହୋଇଯାଇଥିଲେ। ସେହି ସମୟରେ ମୁଁ ନାବାଳକ ଥିଲି। ଏକଦା ମା’ କହିଲେ ବାବୁ (ଚନ୍ଦ୍ର) ମୂର୍ତ୍ତି ନିର୍ମାଣ କର। ଭଲ ଟଙ୍କା ମିଳିବ। ବିରକ୍ତି ହୋଇ ମା’ଙ୍କୁ କହିଲି କାହିଁକି ଟଙ୍କାଟଙ୍କା ହେଉଛୁ। ସେ କହିଲା, ତୋ ପିଉସୀ ପୁଅ ଭାଇ ମୂର୍ତ୍ତି ନିର୍ମାଣ କରି ଭଲ ଟଙ୍କା ରୋଜଗାର କରୁଛି। ପୀଉସୀଙ୍କ ଘର ନୀଳଗିରି ଅଞ୍ଚଳରେ। ମା’ଙ୍କ ଠାରୁ ମୂର୍ତ୍ତି ଗଢ଼ିବା ପାଇଁ ପ୍ରଥମ ପ୍ରେରଣା ମିଳିଥିଲା। ମା’ ହେଉଛି ମୋର ପ୍ରେରଣା। 

୨୦୦୩ ମସିହାରେ ପୁରୁଣା ଭୁବନେଶ୍ବରର ବି.କେ ଆର୍ଟ କଲେଜରେ ନାମ ଲେଖାଇଲି। ସେଠାରୁ ମୂର୍ତ୍ତି ନିର୍ମାଣ କାମ ତାଲିମ ପାଇଥିଲି। ମୋର ଶିକ୍ଷକ ଗୁରୁ ଅମରେନ୍ଦ୍ର ବ୍ରହ୍ମାଙ୍କ ଶିକ୍ଷାରେ ଆଗକୁ ବଢ଼ିଲି। ଘରୁ ଚାଉଳ ଓ ଅନ୍ୟ ସାମଗ୍ରୀ ଆଣି କଷ୍ଟେମଷ୍ଟେ ଚଳି ଯାଉଥିଲୁ। ଏଠାରେ ପାଠ ପଢ଼ିଲା ‌ବେଳେ ୫୦୦ ଟଙ୍କା ଛାତ୍ରବୃତ୍ତି ମିଳୁଥିଲା ବୋଲି ପ୍ରତିକ୍ରିୟା ଦେଇଛନ୍ତି। 

ଆହୁରି ପଢ଼ନ୍ତୁ: 40 Killed In Switzerland: ସ୍ୱିଜରଲ୍ୟାଣ୍ଡରେ ନିଆଁ ପିଣ୍ଡୁଳା ପାଲଟିଲା ବାର୍‌: ୪୦ମୃତ, ୧୦୦ଆହତ

ସତ୍ୟପଥେ ଯିବାକୁ ଭଲ ପାଆନ୍ତି

ଚନ୍ଦ୍ର ମୋହନଙ୍କ କହିବା ଅନୁସାରେ ମୂର୍ତ୍ତି ନିର୍ମାଣ କାମ ଶିଖିଲା ପରେ ସେ ଉତ୍ତର ପ୍ରଦେଶର ମେରଠକୁ ଯାଇଥିଲେ। ଏଠାରେ ସେହି ସମୟରେ ୭ ଘଣ୍ଟାର ପରିଶ୍ରମ ପାଇଁ ୧୭୦ ଟଙ୍କା ପାରିଶ୍ରମିକ ମିଳୁଥିଲା। ଏହି ରୋଜଗାର ତାଙ୍କ ପାଇଁ ବରଦାନ ସଦୃଶ୍ୟ ଥିଲା। ଏବେ ତାଙ୍କୁ ୬ ଘଣ୍ଟାର ପରିଶ୍ରମ ପାଇଁ ୩୦୦୦ ଟଙ୍କା ମିଳୁଛି। ଏବେ ଓଡ଼ିଶା ବ୍ୟତୀତ ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ଗୁଜରାଟ ଓ ରାଜସ୍ଥାନରେ ମୂର୍ତ୍ତି ନିର୍ମାଣ କରୁଛନ୍ତି। ବର୍ତ୍ତମାନ ରାଞ୍ଚିରେ ଏବେ ମୂର୍ତ୍ତି ନିର୍ମାଣ କାମ ଚାଲିଛି। ଏଠାରେ ୧୮ ଦିନ ପରେ ମୂର୍ତ୍ତି ନିର୍ମାଣ କାମ ଶେଷ ହେବ। ଉତ୍ତର ପ୍ରଦେଶର ଗୋରଖପୁରସ୍ଥିତ ଗୁରୁ ଗୋରଖନାଥ ପୀଠରେ ମୂର୍ତ୍ତି ନିର୍ମାଣ କରୁଛନ୍ତି। ଏହି ପୀଠ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରତକ୍ଷ୍ୟ ତତ୍ତ୍ବାବଧାନରେ ପରିଚାଳିତ ହେଉଛି। ଓଡ଼ିଶାରେ ମଧ୍ୟ କାମ ମିଳୁଛି। କିନ୍ତୁ ବାହାର ରାଜ୍ୟରେ ସମାନ ପରିଶ୍ରମକୁ ଅଧିକ ଟଙ୍କା ମିଳିପାରୁଛି। ଭଲକାମ, ସତ୍ୟ ଓ ସଚ୍ଚୋଟତାକୁ ବହୁତ ଭଲ ପାଏ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe