ତେଲେଙ୍ଗାନାରେ ଓଡ଼ିଆ ଶ୍ରମିକ ନିଖୋଜ

ତେଲେଙ୍ଗାନାରେ ଓଡ଼ିଆ ଶ୍ରମିକ ନିଖୋଜ

The Leaflet

କୋମନା: ଦାଦନ ଯାଇ ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍‌ ସିଙ୍ଗାରି ଗ୍ରାମର ପାଣ୍ଡେ ଛତ୍ରିଆ (୫୯) ନିଖୋଜ ହୋଇଯାଇଛନ୍ତି। ବଲାଙ୍ଗୀର ଜାମଚୁଆଁ ଗ୍ରାମର ପୁରନ୍ଦର ନାଏକଙ୍କଠାରୁ ୨୦ ହଜାର ଟଙ୍କା ଅଗ୍ରିମ ନେଇ ଗତ ଡିସେମ୍ବର ମାସରେ ପୁରନ୍ଦର ସହିତ ତେଲେଙ୍ଗାନାର ହାଇଦ୍ରାବାଦକୁ ଯାଇ ଜଣେ ଇଟାଭାଟି ମାଲିକ ପାଖରେ କାମ କରୁଥିଲେ।

ପୂର୍ବରୁ ଘରକୁ ଫୋନ୍‌ କରୁଥିବାବେଳେ ୧୫ ଦିନ ହେଲା ଆଉ ଫୋନ୍‌ କରିନଥିଲେ। ପରିବାର ଲୋକେ ସାଙ୍ଗରେ ଯାଇଥିବା ପୁରନ୍ଦର ଗାଁରେ ଥିବା ଜାଣି ତାଙ୍କ ଗାଁକୁ ଯାଇ ପାଣ୍ଡେ ବିଷୟରେ ପଚାରିଥିଲେ। ହେଲେ ପୁରନ୍ଦର ପାଖରୁ କୌଣସି ଉତ୍ତର ମିଳିନଥିଲା। ଶ୍ରମ ଅଧିକାରୀ ଦିବ୍ୟ ଶଙ୍କର ଧରୁଆଙ୍କୁ ପଚାରିବାରୁ ଠିକ୍‌ ଠିକଣା ଜଣାଇଲେ ଏହାର ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe