ରାଜସ୍ଥାନରେ ଚମକିଲେ ରାଉରକେଲା ଝିଅ, ପ୍ରିୟଙ୍କା ପିନ୍ଧିଲେ ମିସ୍‌ ଇଣ୍ଡିଆ ଦିଭା-୨୦୨୨ ମୁକୁଟ

ରାଜସ୍ଥାନରେ ଚମକିଲେ ରାଉରକେଲା ଝିଅ, ପ୍ରିୟଙ୍କା ପିନ୍ଧିଲେ ମିସ୍‌ ଇଣ୍ଡିଆ ଦିଭା-୨୦୨୨ ମୁକୁଟ

ରାଉରକେଲା: ରାଜସ୍ଥାନ ଜୟପୁରରେ ଚମକିଲେ ରାଉରକେଲା ଝିଅ ପ୍ରିୟଙ୍କା ପଣ୍ଡା। ଦେଶର ୧୦୦ରୁ ଅଧିକ ପ୍ରତିଯୋଗୀଙ୍କୁ ପଛରେ ପକାଇ ମିସ୍‌ ଇଣ୍ଡିଆ ଦିଭା-୨୦୨୨ ମୁକୁଟ ହାସଲ କରିଛନ୍ତି। ପ୍ରତିଯୋଗିତାରେ ରାଉରକେଲାର ୫ ଝିଅ ଅଂଶଗ୍ରହଣ କରିଥିଲେ। ଏଥିସହ ଓଡ଼ିଶାର ପ୍ରମୁଖ ସହରରୁ ମଧ୍ୟ କିଛି ଝିଅ ସାମିଲ ହୋଇଥିଲେ। ନିଜର ଜଲ୍‌ୱା ଦେଖାଇ ସମସ୍ତଙ୍କୁ ପଛରେ କେବଳ ରାଉରକେଲା ନୁହେଁ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି।

ଗତ ୧୪ ତାରିଖ ରାଜସ୍ଥାନ ଜୟପୁରରେ ଏହି ପ୍ରତିଯୋଗିତା ଆୟୋଜନ ହୋଇଥିଲା। ପୂର୍ବରୁ ପ୍ରିୟଙ୍କା ଟିନ୍‌ ମିସ୍‌ ଇଣ୍ଡିଆ ଏକ୍ସକ୍ଲୁସିଭ୍‌ ମୁକୁଟ ହାସଲ କରି ସାରିଛନ୍ତି। ଏହି ପ୍ରତି‌ଯୋଗିତା ରାଜସ୍ଥାନର ଗତ ଡିସେମ୍ବର ୨୯ରେ ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତାରେ ବିଭିନ୍ନ ବର୍ଗର ପୁଅ ଝିଅକୁ ବିଭିନ୍ନ ମୁକୁଟ ପ୍ରଦାନ କରାଯାଇଥିଲା। ଶୁଭମ୍‌ ପ୍ରଧାନ ମିଷ୍ଟର ଇଣ୍ଡିଆ ଏକ୍ସକ୍ଲୁସିଭ୍‌, ହର୍ଷିତା ଖାନ୍ନା ମିସ୍‌ ଟିନ୍‌ ଇଣ୍ଡିଆ ଏକ୍ସକ୍ଲୁସିଭ୍‌ ଫାଷ୍ଟ ରନର୍ସ ଅପ୍‌, ସିଏଚ୍‌ ଜାମିନି ମିସ୍‌ ଇଣ୍ଡିଆ ଏକ୍ସକ୍ଲୁସିଭ୍‌ ଥାର୍ଡ ରନର୍ସ ଅପ୍‌, ସଞ୍ଜନା ପତି ମିସ୍‌ ଇଣ୍ଡିଆ ବିଜୟ ମୁକୁଟ ହାସଲ କରିଥିଲେ। ଏଥିସହ ବିଭିନ୍ନ ବର୍ଗରେ ଦେଶର ବିଭିନ୍ନ ରାଜ୍ୟର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।

ମିସ୍‌ ଇଣ୍ଡିଆ ୟୁନିଭର୍ସ ବିୟୋଲୋନି ଦାସ, ମିସ୍‌ ଇଣ୍ଡିଆ ବିୟୁଟିଫୁଲ୍‌ ଜାରା ଶେଖ, ସୁରଜ ପାଣିଗ୍ରାହୀ, ଆରତୀ ଜୈନ, ଦୀପ୍ତି ସୈନୀ ପ୍ରମୁଖ ଜଣାଶୁଣା ମଡେଲ ବିଜୟୀ ପ୍ରତିଯୋଗୀଙ୍କୁ ବିଜୟ ମୁକୁଟ ପିନ୍ଧାଇଥିଲେ। ରାଉରକେଲା ବେଦବ୍ୟାସର ପ୍ରିୟଙ୍କା ପଣ୍ଡା ହେଉଛନ୍ତି ପ୍ରକାଶ ପଣ୍ଡା ଓ ପ୍ରଭା ପଣ୍ଡାଙ୍କ ଝିଅ। ସେ ୧୦ ଶ୍ରେଣୀରେ ପଢ଼ୁଛନ୍ତି। ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ପ୍ରିୟଙ୍କା କହିଛନ୍ତି, କଠିନ ପରିଶ୍ରମ କଲେ ସଫଳତା ନିଶ୍ଚିତ। ଯାହାକୁ ସେ ପ୍ରମାଣିତ କରି ଦେଖାଇଛନ୍ତି। ଆଗାମୀ ଦିନରେ ସେ ଆହୁରି ଅନେକ ସଫଳତା ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe