ଭୁବନେଶ୍ୱରରେ ପହଞ୍ଚିଲା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ତଥା ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ଚେୟାରମ୍ୟାନ୍ ବିଜୟ ସାହୁଙ୍କ ପାର୍ଥିବ ଶରୀର

Advertisment
ଭୁବନେଶ୍ୱରରେ ପହଞ୍ଚିଲା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ତଥା ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ଚେୟାରମ୍ୟାନ୍ ବିଜୟ ସାହୁଙ୍କ ପାର୍ଥିବ ଶରୀର

ଭୁବନେଶ୍ୱର: ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ତଥା ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ଚେୟାରମ୍ୟାନ୍ ବିଜୟ ସାହୁଙ୍କ ପାର୍ଥିବ ଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଫାଇଭ ଟି ସଚିବ ଭି.କେ ପାଣ୍ଡିଆନ୍, ମିସନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ୍ ଏବଂ ପୁଲିସ କମିସନର ସୌମେନ୍ଦ୍ର ପିୟଦର୍ଶୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।
ବିଜୟ ସାହୁଙ୍କ ମରଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ବାରଙ୍ଗ ସାଇ ରେସିଡ଼େନନ୍ସିଆଲ ସ୍କୁଲ, ପରେ ପଟିଆ ସାଇ ଇଣ୍ଟରନ୍ୟାସନାଲ ସ୍କୁଲକୁ ନିଆଯିବ ଏବଂ ଶାସ୍ତ୍ରୀ ନଗର ସ୍ଥିତ ବାସଭବନରେ ପରିବାର ଲୋକ ଶେଷ ଦର୍ଶନ କରିବେ। ପରେ ସତ୍ୟନଗର ସ୍ଥିତ ଶ୍ମଶାନରେ କୋଭିଡ଼ ନିୟମ ଅନୁସାରେ ହେବ ଶେଷ କୃତ୍ୟ ସମ୍ପନ୍ନ ହେବ। ସେଠାରେ ରାଜ୍ୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହେବ। କୋଭିଡରୁ ଭଲ ହେବା ପରେ ହାଇଦ୍ରାବାଦରେ ତାଙ୍କର ଫୁସଫୁସ ଜନିତ ରୋଗର ଚିକିତ୍ସା ହେଉଥିଲା । ଗତକାଲି ତାଙ୍କର ଦେହାନ୍ତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe