ଓଡ଼ିଆ ଇଞ୍ଜିନିୟରଙ୍କୁ ମହାରାଷ୍ଟ୍ରରେ ହତ୍ୟା!

Advertisment

ବର୍ଷେ ପରେ କ୍ରାଇମ୍‌ବ୍ରାଞ୍ଚରେ ବାପା

ବର୍ଷେ ପରେ କ୍ରାଇମ୍‌ବ୍ରାଞ୍ଚରେ ବାପା

ଓଡ଼ିଆ ଇଞ୍ଜିନିୟରଙ୍କୁ ମହାରାଷ୍ଟ୍ରରେ ହତ୍ୟା!

photo by : Abtak Media

କଟକ : ବାରିପଦାର ଯୁବ ଇଞ୍ଜିନୟରଙ୍କୁ ମହାରାଷ୍ଟ୍ରରେ ହତ୍ୟା କରାଯାଇଛି। ପ୍ରମାଣ ନଷ୍ଟ ଉଦ୍ଦେଶ୍ୟରେ ତାଙ୍କ ଶବକୁ ଗାଏବ ବି କରି ଦେଇଛନ୍ତି ଦୁର୍ବୃତ୍ତ। ଘଟଣାକୁ ବର୍ଷେ ପୁରିଥିଲେ ସୁଦ୍ଧା ବର୍ତ୍ତମାନ ସୁଦ୍ଧା ପୁଲିସ ହାତରେ କୌଣସି ପ୍ରମାଣ ମିଳିନାହିଁ। ଏ ସଂକ୍ରାନ୍ତରେ ଆଜି ଇଞ୍ଜିନିୟଙ୍କ ବାପା ରାଜ୍ୟ କ୍ରାଇମ୍‌ବ୍ରାଞ୍ଚରେ ଫେରାଦ ହୋଇଛନ୍ତି। ତାଙ୍କ ପରିବାର ଲୋକଙ୍କୁ ନ୍ୟାୟ ଦେବାକୁ ସେ ଦାବି କରିଛନ୍ତି। ଘଟଣାର ତଦନ୍ତ କରାଗଲେ ରହସ୍ୟ ଉନ୍ମୋଚନ ହୋଇପାରିବ ବୋଲି ପରିବାର ଲୋକେ ଦାବି କରିଛନ୍ତି।

ବାରିପଦା ଟାଉନ୍‌ ଯମୁନା ଦେଇପୁରୀ ଅଞ୍ଚଳର ପର୍ଶୁରାମ ବେହେରାଙ୍କ ପୁଅ ବିଶ୍ୱଜିତ ମୟୂରଭଞ୍ଜ ଇଞ୍ଜିନିୟରିଂ ସ୍କୁଲ୍‌ରେ ଡିପ୍ଲୋମା ପଢ଼ୁଥିଲେ। ପଢ଼ା ଶେଷ ହେବା ପରେ ସେ ମହାରାଷ୍ଟ୍ରର ଔରଙ୍ଗାବାଦ୍‌ରେ ଭିଡିଓକନ୍‌ କମ୍ପାନିରେ ନିଯୁକ୍ତି ପାଇଥିଲେ। ସେଠି ସେ ଚାକିର କରୁଥିବା ବେଳେ ଗତ ୨୦୧୭ ଏପ୍ରିଲ ୧୩ ତାରିଖରେ ପରିବାର ଲୋକଙ୍କ ସହିତ କଥା ହୋଇଥିଲେ। ୧୫ ତାରିଖରେ ଘରକୁ ଫେରୁଥିବା ସମ୍ପର୍କରେ କହିଥିଲେ। ୧୫ ତାରିଖରେ ଟ୍ରେନ୍‌ରେ ବସିବା ପୂର୍ବରୁ ମଧ୍ୟ ବାପାଙ୍କୁ ଫୋନ୍‌ କରିଥିଲେ। କିନ୍ତୁ ପରେ ଆଉ ବିଶ୍ୱଜିତଙ୍କ ଫୋନ ଲାଗିନଥିଲା। ତାଙ୍କ ସହିତ ବର୍ଷେ ହେବ କୌଣସି ପ୍ରକାର ଯୋଗାଯୋଗ କରାଯାଇ ପାରୁନାହିଁ। ତାଙ୍କ ବାପା ପର୍ଶୁରାମ୍‌ଙ୍କ ଅଭିଯୋଗ ଅନୁଯାୟୀ, କେହି ଦୁର୍ବୃତ୍ତ ତାଙ୍କ ପୁଅକୁ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ଉଦ୍ଦେଶ୍ୟରେ ଶବଟିକୁ ଗାଏବ କରିଦେଇଛି। ଯଦ୍ୱାରା ବର୍ତ୍ତମାନ ସୁଦ୍ଧା ତାଙ୍କ ପୁଅ ସମ୍ପର୍କରେ କୌଣସି ସୂଚନା ମିଳିପାରୁ ନାହିଁ। ପର୍ଶୁରାମ୍‌ ବାରିପଦା ଟାଉନ୍‌ ଥାନାରେ ୨୦୧୭ ଅଗଷ୍ଟ ୧୮ ତାରିଖରେ ଏକ ଏତଲା ଦାୟର କରିଥିଲେ। କିନ୍ତୁ ପୁଲିସ କୌଣସି ପ୍ରକାର ନ୍ୟାୟ ପରିବାର ଲୋକଙ୍କୁ ବର୍ତ୍ତମାନ ସୁଦ୍ଧା ଦେଇପାରିନଥିବା ପର୍ଶୁରାମ୍‌ ଅଭିଯୋଗ କରିଛନ୍ତି। ଏଭଳି ସମ୍ବେଦନଶୀଳ ଘଟଣାରେ ଆଜି ପର୍ଶୁରାମ୍‌ କ୍ରାଇମ୍‌ବ୍ରାଞ୍ଚରେ ପହଞ୍ଚି ଲିଖିତ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe