ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ଜ୍ୟୋତ୍ସ୍ନା ଦାସଙ୍କ ବିୟୋଗ

ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ଜ୍ୟୋତ୍ସ୍ନା ଦାସଙ୍କ ବିୟୋଗ

ବ୍ରହ୍ମପୁର: ବ୍ରହ୍ମପୁର ନିବାସୀ ତଥା ସେଣ୍ଟ୍‌ ଭିନ୍‌ସେଣ୍ଟ କନ୍‌ଭେଣ୍ଟ୍‌ ସ୍କୁଲର ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନା ଦାସଙ୍କ ଆଜି ଅପରାହ୍ନରେ ପରଲୋକ ହୋଇଛି। ସେ କିଛିଦିନ ହେଲା ଉଦର ସମସ୍ୟାରେ ଅସୁସ୍ଥ ଥିଲେ। ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା। ମଞ୍ଚ ନାଟକ, ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ ପାଇଁ ସେ ବେଶ୍‌ ଜଣାଶୁଣା ଥିଲେ। ‘ସମୟ, ‘ଅଭିମାନ, ‘ସତୀ ଅନସୂୟା, ‘ଉପେନ୍ଦ୍ର ଭଞ୍ଜ, ‘ଫଟା କପାଳ’ ଇତ୍ୟାଦିରେ ସେ ଅଭିନୟ କରିଥିଲେ। ମଞ୍ଚ ଅଭିନେତ୍ରୀ ଭାବେ ସେ ଗଞ୍ଜାମ, କନ୍ଧମାଳ, ମାଲକାନଗିରି, କଳାହାଣ୍ଡି, ମୟୂରଭଞ୍ଜ ଜିଲ୍ଲା ସମେତ ଭୁବନେଶ୍ୱର, ରାଉରକେଲା ପ୍ରଭୃତି ସ୍ଥାନରେ ରାଜ୍ୟସ୍ତରୀୟ ନାଟକ ସମାରୋହରେ ସାମିଲ ଥିଲେ। ବ୍ରହ୍ମପୁରରେ ବେଥାନି ସିଷ୍ଟର୍‌ମାନେ କନ୍‌ଭେଣ୍ଟ୍‌ ସ୍କୁଲ ଦାୟିତ୍ୱ ନେବା ଠାରୁ ସେ ଏହି ସ୍କୁଲରେ ଶିକ୍ଷୟିତ୍ରୀ ଭାବେ ଯୋଗ ଦେଇଥିଲେ। କିଛି ବର୍ଷ ପୂର୍ବେ ସେ ଅବସରଗ୍ରହଣ କରିଥିଲେ। ଆଶୁ କବି ସ୍ବର୍ଗତ ଜେମସ୍‌ ଦାସଙ୍କ ବଡ଼ ଝିଅ ଜ୍ୟୋତ୍ସ୍ନା ଦାସଙ୍କ ମୃତ୍ୟୁ ଶଯ୍ୟା ନିକଟରେ ଭାଇ, ଭାଉଜ, ପୁତୁରା, ଝିଆରୀ ଓ ଶୁଭେଚ୍ଛୁ ଉପସ୍ଥିତ ଥିଲେ। ସଙ୍ଗୀତଜ୍ଞ ଯତୀନ ଦାସ ଓ ବରିଷ୍ଠ ସାମ୍ବାଦିକ ଜ୍ୟୋତି ରଞ୍ଜନ ଦାସଙ୍କ ବଡ଼ ଭଉଣୀ ଜ୍ୟୋତ୍ସ୍ନାଙ୍କ ବିୟୋଗରେ ବହୁ ବ୍ୟକ୍ତି ସମବେଦନା ଜଣାଇ ତାଙ୍କ ଆତ୍ମାର ସଦ୍‌ଗତି କାମନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe