ବିନା ହେଲମେଟରେ ଗାଡି ଚଳାଇବା ଅଭିଯୋଗରେ ଓଡିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତା ବାବୁସାନଙ୍କ ଘରକୁ ଚାଲାଣ ପଠାଇଲା ଟ୍ରାଫିକ ପୁୁଲିସ

Advertisment
ବିନା ହେଲମେଟରେ ଗାଡି ଚଳାଇବା ଅଭିଯୋଗରେ ଓଡିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତା ବାବୁସାନଙ୍କ ଘରକୁ ଚାଲାଣ ପଠାଇଲା ଟ୍ରାଫିକ ପୁୁଲିସ

ଭୁବନେଶ୍ୱର : ଆଇନ ଉର୍ଦ୍ଧ୍ୱରେ ନୁହଁନ୍ତି ଅଭିନେତା । ଚକଲେଟ ବୟଙ୍କ ନାଁରେ ବି କଟିଲା ଚାଲାଣ । ଫିଲ୍ମ ହିରୋଙ୍କ ନାଁରେ ପଡିଲା ଟ୍ରାଫିକ ଫାଇନ । ଓଡିଆ ଚଳଚିତ୍ର ଜଗତର ଜଣାଶୁଣା ଅଭିନେତା ବାବୁସାନଙ୍କ ଘରକୁ ଯାଇଛି ଟ୍ରାଫିକ ଚାଲାଣ । ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିବାରୁ ତାଙ୍କ ନାଁରେ ଜରିମାନା କାଟିଛି ଟ୍ରାଫିକ ପୁଲିସ ।

ତେବେ ଆଜି ସଂଧ୍ୟା ୮ଟା ବେଳେ ସୁପରଷ୍ଟାର ବାବୁସାନ ବିନା ହେଲମେଟରେ ଗାଡି ଚଳାଇବା ଅଭିଯୋଗରେ ତାଙ୍କ ନାଁରେ ଚାଲାଣ କଟାଯାଇଛି। ନିୟମ ନମାନି ବିନା ହେଲମେଟରେ ଗାଡି ଚଳାଉଥିବାରୁ ବାବୁସାନଙ୍କ ବିରୋଧରେ ହଜାରେ ଟଙ୍କା ଚାଲାଣ କାଟିଛି ଟ୍ରାଫିକ ପୁଲିସ।

ତେବେ ଭୁବନେଶ୍ୱରର କଳିଙ୍ଗ ନଗର ଅଞ୍ଚଳରେ ବାବୁସାନ ବିନା ହେଲମେଟରେ ଗାଡି ଚଳାଇଥିବା ଚାଲାଣରେ ଉଲ୍ଲେଖ କରାଯାଇଛି । ତେବେ ନୂଆ ଟ୍ରାଫିକ୍ ନିୟମ ଅନୁସାରେ ନିୟମ ଭାଙ୍ଗିଥିବାରୁ ତାଙ୍କ ବିରୋଧରେ ୧ ହଜାର ଟଙ୍କାର ଚାଲାଣ କଟାଯାଇଛି । ନୂଆ ମୋଟରଯାନ ଆଇନ ଲାଗୁ ହେବା ପରେ ଟ୍ରାଫିକ ପୁଲିସ ଧରପଗଡ ଆରମ୍ଭ କରିଥିଲା । ନିୟମ ଭାଙ୍ଗୁଥିବା ଲୋକଙ୍କ ଉପରେ ଜରିମାନା ପକାଇ ସେମାନଙ୍କୁ ସଚେତନ କରୁଥିଲା । ତେବେ ୩ ମାସ ପାଇଁ ରାଜ୍ୟ ସରକାର ଟ୍ରାଫିକ ନିୟମ କୋହଳ କରିବା ପରେ ବି ହେଲମେଟ, ରଙ୍ଗ ରୁଟ ଆଦିର ଯାଞ୍ଚ ଜୋରଦାର ହେଉଛି । ଆଉ ସେ ନିୟମ ନମାନିଥିବାରୁ ବାବୁସାନଙ୍କ ଉପରେ ଫାଇନ ପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe