ମିସ୍‌ ଇଣ୍ଡିଆ ଚାର୍ମିଂ ଫେସ୍‌ ଇଣ୍ଟରନାସ୍‌ନାଲ୍‌ ମୁକୁଟ ଜିତିଲେ ଓଡ଼ିଆ ଝିଅ ଈପ୍‌ସିତା ଦାସ

Advertisment
ମିସ୍‌ ଇଣ୍ଡିଆ ଚାର୍ମିଂ ଫେସ୍‌ ଇଣ୍ଟରନାସ୍‌ନାଲ୍‌ ମୁକୁଟ ଜିତିଲେ ଓଡ଼ିଆ ଝିଅ ଈପ୍‌ସିତା ଦାସ

ଭୁବନେଶ୍ବର : ବିୟୁଟି ପିଜାଣ୍ଟ୍‌ ମିଷ୍ଟର ଓ ମିସ୍‌ ଚାର୍ମିଂ ଫେସ୍‌ରେ ଓଡ଼ିଶାରୁ ଅଂଶଗ୍ରହଣ କରିଥିବା ୩ ଝିଅ ମୁକୁଟ ବିଜେତା ହୋଇଛନ୍ତି। ଈପ୍‌ସିତା ଦାସ ମିସ୍‌ ଇଣ୍ଡିଆ ଚାର୍ମିଂ ଫେସ୍‌ ଇଣ୍ଟରନାସ୍‌ନାଲ୍‌ ମୁକୁଟ ଜିତିଥିବା ବେଳେ ଜାହ୍ନବୀ ପାଠକ ମିସ୍‌ ଇଣ୍ଡିଆ ଚାର୍ମିଂ ଫେସ୍‌ ଗ୍ଲୋବାଲ୍‌ ୟୁନିଭର୍ସ ସମ୍ମାନ ଲାଭ କରିଛନ୍ତି। ଏନ୍‌ ନିରଂଜନା ମିସ୍‌ ଇଣ୍ଡିଆ ଚାର୍ମିଂ ଫେସ୍‌ ଟୁରିଜିମ୍‌ ଆମ୍ବାସଡର ୱାର୍ଡରେ ରନର୍ସ ଅପ୍‌ ହୋଇଛନ୍ତି। ରାଜସ୍ଥାନ ଜୟପୁରର ଏକ ହୋଟେଲ୍‌ରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏଥିସହ ଈପ୍‌ସିତା ମିସ୍‌ ପପୁଲାରିଟି, ଜାହ୍ନବୀ ମିସ୍‌ ଫଟୋଜେନିକ୍‌ ଓ ଏନ୍‌ ନିରଂଜନା ମିସ୍‌ ପର୍ସନାଲିଟି ସମ୍ମାନ ଲାଭ କରିଛନ୍ତି। ରାଜେଶ ରଂଜନ ମହାନ୍ତିଙ୍କୁ ମଧ୍ୟ ଶ୍ରେଷ୍ଠ ରାଜ୍ୟ ନିର୍ଦେଶକ ଭାବେ ଟ୍ରଫି ସହ ସମ୍ମାନିତ କରାଯାଇଛି। ସମଗ୍ର ଦେଶରୁ ୨୪ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରି ପ୍ରତିଭା ପ୍ରଦର୍ଶନ କରିଥିଲେ। ସେମାନଙ୍କ ମଧ୍ୟରୁ ୬ଜଣ ବିଜେତା ହୋଇଥିଲେ। କିଛି ଦିନ ପୂର୍ବରୁ ୩୫୩ ଜଣ ପ୍ରତିଯୋଗୀ ନାମ ପଂଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୫୦ ଜଣ, ଦ୍ବିତୀୟ ପର୍ଯ୍ୟାୟରେ ୧୨ ଜଣ, ତୃତୀୟ ପର୍ଯ୍ୟାୟରେ ୫ ଜଣ ଓ ଶେଷ ପର୍ଯ୍ୟାୟରେ ୩ଜଣ ଓଡ଼ିଶାରୁ ଉକ୍ତ କାର୍ଯ୍ୟକ୍ରମରେ ପ୍ରତିନିଧିତ୍ବ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe