ଅକ୍ସଫୋର୍ଡ଼ରେ ପାଠ ପଢ଼ିବେ ଓଡ଼ିଆ ଝିଅ

ଅକ୍ସଫୋର୍ଡ଼ରେ ପାଠ ପଢ଼ିବେ ଓଡ଼ିଆ ଝିଅ

ବଙ୍ଗୋମୁଣ୍ଡା : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡାର ଝିଅ ଶୀତଲ ଜୈନ ଇଂଲଣ୍ଡର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ପଢ଼ିବା ପାଇଁ ମନୋନୀତ ହୋଇଛନ୍ତି। ଇତିହାସରେ ପିଏଚ୍‌ଡି ପାଇଁ ତାଙ୍କୁ ମନୋନୀତ କରାଯାଇଛି। ଭାରତରୁ ଏକମାତ୍ର ଛାତ୍ରୀ ଭାବେ ସେ ଏହି ସୁଯୋଗ ପାଇଛନ୍ତି।

ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ପିଏଚ୍‌ଡି କରିବା ପାଇଁ ବିଶ୍ୱରୁ ଅନେକ ଛାତ୍ରଛାତ୍ରୀ ଆବେଦନ କରନ୍ତି। କିନ୍ତୁ ଏଠାରେ ସିଟ୍‌ ସଂଖ୍ୟା ମାତ୍ର ୫୪ ହୋଇଥିବାବେଳେ ଭାରତ ପାଇଁ ଗୋଟିଏ ସିଟ୍‌ ରହିଛି। ବଙ୍ଗୋମୁଣ୍ଡାର ଜୟପ୍ରକାଶ ଜୈନ ଓ କାନ୍ତାଦେବୀ ଜୈନଙ୍କ ଝିଅ ଶୀତଲଙ୍କୁ ଚଳିତ ବର୍ଷ ମିଳିଛି ଏହି ସୁଯୋଗ। ଶୀତଲ ଦିଲ୍ଲୀ ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ଦୟାଲ କଲେଜରୁ ଇତିହାସ ସମ୍ମାନରେ ସ୍ନାତକ କରିବା ପରେ ଜେଏନ୍‌ୟୁରେ ଏମ୍‌ଏ ଓ ଏମ୍‌ଫିଲ୍‌ କରିଥିଲେ। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ଡିଫିଲ୍‌ କାର୍ଯ୍ୟକ୍ରମରେ ପିଏଚ୍‌ଡି କରିବା ଆଶା ରଖି ୨୦୧୯ ସେପ୍ଟେମ୍ବର ମାସରୁ ଆବେଦନ କରିଥିଲେ। ୨୦୨୦ ଅଗଷ୍ଟରେ ତାର ଫଳାଫଳ ପ୍ରକାଶ ପାଇଛି।

ଏହି ଖବର ଆସିବା ପରେ ପରିବାରରେ ଖୁସିର ଲହରି ଖେଳିଯାଇଛି। ଶୀତଲଙ୍କ ସମ୍ପର୍କୀୟମାନେ ଫୋନ୍‌ ଯୋଗେ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe