ମଣିପୁରରେ ଓଡ଼ିଆ ଯବାନ ସହିଦ

Advertisment
ମଣିପୁରରେ ଓଡ଼ିଆ ଯବାନ ସହିଦ

ଭେଡ଼େନ: ବରଗଡ଼ ଜିଲ୍ଲା ଭେଡ଼େନ ବ୍ଲକ ବାଘପାଲି (ସୁନାଲରମ୍ଭା) ଗ୍ରାମର ଯବାନ ନୀଳାଞ୍ଚଳ ପଟେଲ କର୍ତ୍ତବ୍ୟରତ ଥିବା ସମୟରେ ଦୁର୍ଘଟଣାରେ ସହିଦ ହୋଇଛନ୍ତି। ସେ ୪୮- ଆସାମ୍‌ ରାଇଫଲ୍‌ରେ ମଣିପୁରରେ କାର୍ଯ୍ୟରତ ଥିଲେ।

ସୂଚନା ଅନୁସାରେ, ଶୁକ୍ରବାର ବିଳମ୍ବିତ ରାତିରେ ଅନ୍ୟ ଯବାନଙ୍କ ସହ ପାଟ୍ରୋଲିଂ କରୁଥିଲେ। ଗାଡ଼ି ଦୁର୍ଘଟଣା ହେବା ଫଳରେ ତାଙ୍କ ବିୟୋଗ ଘଟିଥିବା ଜଣାପଡ଼ିଛି। ସୁନାଲରମ୍ଭା ଗ୍ରାମର ଆଦି ପଟେଲ ଓ ଗୁରୁବାରୀ ପଟେଲଙ୍କ ଦୁଇ ପୁଅଙ୍କ ମଧ୍ୟରୁ ନୀଳାଞ୍ଚଳ ସାନ। ସେ ୨୦୦୪ ମସିହାରେ ଆସାମ ରାଇଫଲ୍‌ରେ ଯୋଗଦାନ କରିଥିଲେ। ଚାରି ବର୍ଷ ହେଲା ସେ ସ୍ତ୍ରୀ ରାଜେଶ୍ବରୀ ଏବଂ ଦୁଇ ଝିଅ ରାନି, ରାନୁଙ୍କ ସହ ମଣିପୁରରେ ରହୁଥିଲେ। ତାଙ୍କ ବାପାଙ୍କ କିଛି ବର୍ଷ ଆଗରୁ ଦେହାନ୍ତ ହୋଇଥିଲା। ବିଧବା ମା' ଗୁରୁବାରୀ, ବଡ଼ଭାଇ ନୀଳାମ୍ବର ଏବଂ ଭାଉଜ ମଞ୍ଜୁଲତା ଗାଁରେ ରହୁଛନ୍ତି।

ଏହି ଘଟଣା ସାରା ଗାଁକୁ ସ୍ତବ୍ଧ କରି ଦେଇଛି। ରବିବାର ତାଙ୍କ ମରଶରୀର ଗାଁରେ ପହଞ୍ଚିବା ପରେ ଅନ୍ତ୍ୟେଷ୍ଟିକ୍ରିୟା ସଂପନ୍ନ ହେବ। ସହିଦ ନୀଳାଞ୍ଚଳଙ୍କ ବିୟୋଗରେ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ପୂର୍ବତନ ବିଧାୟକ ନିହାର ରଂଜନ ମହାନନ୍ଦଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe