ଆନ୍ଧ୍ରରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

Advertisment
ସମୁଦ୍ରରେ ଜାଲ ଘେରାକୁ ନେଇ ସଂଘର୍ଷ: ପିଟାମରାରୁ ଯୁବକଙ୍କ ମୃତ୍ୟୁ

Bangalore Mirror

କୋମନା : ଆନ୍ଧ୍ରପ୍ରଦେଶକୁ ଦାଦନ ଖଟି ଯାଇଥିବା ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍‌ର ତରୁଣ ମିର୍ଦ୍ଧା (୨୦ବର୍ଷ) ନାମକ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ସାଥୀ ଶ୍ରମିକମାନେ ଶବ ନେଇ ଗାଁକୁ ଆସୁଥିବା ସୂଚନା ମିଳିଛି।

ପ୍ରକାଶ ଯେ କୋମନା ବ୍ଲକ୍‌ ସଦର ମହକୁମା ମଥୁରାଛକ ପଡ଼ାର ହାଡୁ ମିର୍ଦ୍ଧାଙ୍କ ତିନି ଝିଅ ଓ ଏକମାତ୍ର ପୁଅ ତରୁଣ। ତିନି ଝିଅଙ୍କ ବାହାଘର ସରିଥିବା ବେଳେ ପୁଅ ତରୁଣ ବାପା ମା’ଙ୍କ ସହିତ ରହୁଥିଲେ। ଅଧିକ ରୋଜଗାର ଆଶାରେ ସେ ସାଥୀମାନଙ୍କ ସହ ଆନ୍ଧ୍ରପ୍ରଦେଶକୁ ଦାଦନ ଖଟିବା ପାଇଁ ଯାଇଥିଲେ। ମାସେ ତଳେ ସେ ଗାଁକୁ ଆସି ବାପା ମା’ଙ୍କ ଭଲମନ୍ଦ ବୁଝି ପୁଣି ଆନ୍ଧ୍ରପ୍ରଦେଶ ଯାଇଥିଲେ। ସୋମବାର ହଠାତ୍‌ ତରୁଣଙ୍କ ମୃତ୍ୟୁ ହୋଇଥିବା ଓ ଶବ ନେଇ ସାଙ୍ଗମାନେ ଗାଁକୁ ଆସୁଥିବା ବିଷୟରେ ପରିବାର ଲୋକଙ୍କୁ ଜଣାଇଥିଲେ। ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ହାଡୁ ଓ ତାଙ୍କ ପତ୍ନୀ ଭାଙ୍ଗି ପଡ଼ିଛନ୍ତି। ସେହିପରି ଗାଁରେ ମଧ୍ୟ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe