ଅହମ୍ମଦାବାଦରେ ଓଡ଼ିଆ ଶ୍ରମିକ ମୃତ

ପାଟଣାଗଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ରୋଗୀଙ୍କ ମୃତ୍ୟୁ, କର୍ମଚାରୀଙ୍କ ଅବହେଳା ଅଭିଯୋଗ

www.indiatimes.com

ଅସ୍ତରଙ୍ଗ : ଗୁଜୁରାଟ, ଅହମ୍ମଦାବାଦ ଶିଳ୍ପାଞ୍ଚଳ ଚିରିପାଲ୍ ପଲିଫିଲ୍ମ କମ୍ପାନିରେ କାମ କରୁଥିବା ଅସ୍ତରଙ୍ଗ, ନଈଗୁଆଁ ଗ୍ରାମର ଗଦାଧର ଜେନାଙ୍କ ପୁଅ ହରିଶଙ୍କର ଜେନା(୨୨)ଙ୍କର ଗତ ୧୭ ତାରିଖରେ ସେଠାରେ ସନ୍ଦେହଜନକ ମୃତ୍ୟୁ ହୋଇଛି। ତେବେ ମୃତ୍ୟୁର ୩ ଦିନ ପ‌ରେ ଗୁଜୁରାଟ ପୁଲିସ ଆଜି ମୃତ ଯୁବକଙ୍କ ପରିବାର ଲୋକଙ୍କୁ ଶବ ହସ୍ତ‌ାନ୍ତର କରିଛି। ମୃତ ଯୁବକଙ୍କ ଶବ ବ୍ୟବଚ୍ଛେଦ ହେବା ପରେ ଆଜି ରାତିରେ ସେଠାରେ ତାଙ୍କର ଶେଷକୃତ୍ୟ ସଂପନ୍ନ ‌ହେବ ବୋଲି ତାଙ୍କ ପରିବାର ଲୋକ କହିଛନ୍ତି। ମୃତ୍ୟୁର କ‌ାରଣ ଜଣାପଡ଼ିନଥିଲେ ବି ଶବ ବ୍ୟବଚ୍ଛେଦ ରିପୋର୍ଟରେ ଏହାକୁ ସାଧାରଣ ମୃତ୍ୟୁ ବୋଲି ଦର୍ଶାଯାଇଛି। ଆଜି କ୍ଷତିପୂରଣ ମିଳିବା ପରେ ପରିବାର ଲୋକ ଶବ ଗ୍ରହଣ କରିଥିବ‌ା ଜଣାପଡ଼ିଛି। କମ୍ପାନି ପକ୍ଷରୁ ଘର ଲୋକଙ୍କୁ କ୍ଷତିପୂରଣ ବାବଦରେ ୧୫ ଲକ୍ଷ ଟଙ୍କାର ସହାୟତା ଦିଆଯାଇଥିବା ତାଙ୍କ ସଂପର୍କୀୟ କହିଛନ୍ତି।

ସୂଚନା ମୁତାବକ, ଅସ୍ତରଙ୍ଗ ବ୍ଲକ୍‌ର ନଈଗୁଆଁ ଗ୍ରାମର ହରିଶଙ୍କର ଜେନା(୨୨) ଓରଫ ଜଟାଧାରୀ ଚିରିପାଲ୍ ପଲି ଫିଲ୍ମ କମ୍ପାନିରେ ବର୍ଷେ ହେବ କାମ କରୁଥିଲେ। ଗତ ୧୭ ତାରିଖ ରାତିରେ ରାତି ଡ୍ୟୁଟି କରୁଥିବା ବେଳେ ସେ ନିଖୋଜ ହୋଇଯାଇଥିଲେ। ତାଙ୍କୁ ଭୋର ୩ଟା ବେଳ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଓଡ଼ିଆ ଶ୍ରମିକମାନେ ହରିଶଙ୍କରଙ୍କ ମୃତ୍ୟୁ ସଂପର୍କରେ ଘରକୁ ଖବର ଦେଇଥିଲେ। ଖବର ପାଇ ମୃତଙ୍କ ବାପା ଗଦାଧର ଜେନା ଓ ତାଙ୍କ ସଂପର୍କୀୟ ସେଠାରେ ପହଞ୍ଚିଥିଲେ। ମାତ୍ର ତାଙ୍କୁ ଶବ ହସ୍ତାନ୍ତର କରାଯାଇନଥିଲା। ପାଲଟା ସ୍ଥାନୀୟ ପୁଲସ ମୃତ ଯୁବକ ବାପାଙ୍କୁ ଥାନାରେ ଅଟକ ରଖିଥିଲା। ତେବେ ଏ ନେଇ ଚାପ ପଡ଼ିବା ପରେ କମ୍ପାନି ମୃତ ଓଡ଼ିଆ ଯୁବକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ‌ରାଜି ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe