ଗୁଜରାଟରେ ଓଡ଼ିଆ ଶ୍ରମିକଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

Advertisment
ଭଡ଼ା ଘରେ ଯୁବକଙ୍କ ଆତ୍ମହତ୍ୟା

Free Press Journal

ରେଢ଼ାଖୋଲ: ଗୁଜରାଟର ଏକ କାରଖାନାରେ କାମ କରୁଥିବା ଜଣେ ଓଡ଼ିଆ ଶ୍ରମିକ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଆତ୍ମହତ୍ୟା କରିଥିବା ଶ୍ରମିକ ଜଣକ ହେଲେ ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ବ୍ଲକ ଚାରମାଳ ଥାନା ଅନ୍ତର୍ଗତ ବାରବାଙ୍କ ଗ୍ରାମର ଜିତେନ ପ୍ରଧାନ (୨୦)।

ସୂଚନା ଅନୁସାରେ ଜିତେନ ପ୍ରାୟ ଏକ ବର୍ଷ ହେବ ଗୁଜୁରାଟର ଓମର ଗାଁଓରେ ଥିବା ଏକ ସୂତା କାରଖାନାରେ ଶ୍ରମିକ ଭାବେ କାମ କରୁଥିଲେ। ସୂତା କାରଖାନାରେ ସେ କାମ କରିବା ସହ ନିଜ ଗ୍ରାମର ଆଉ କିଛି ଯୁବକଙ୍କ ସହିତ ଏକାଠି ରହୁଥିଲେ। ଗତ ୨ ତାରିଖ ଦିନ ଜିତେନ ରହୁଥିବା ଘରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ଥିଲା। ତେବେ ଆତ୍ମହତ୍ୟାର ସଠିକ କାରଣ ଜଣାପଡ଼ି ନାହିଁ।

ରବିବାର ମରଶରୀର ଗାଁ’ରେ ପହଞ୍ଚିବା ପରେ ଶେଷକୃତ୍ୟ କରା ଯାଇଥିଲା। ଶବ ନେଇ ଆସିଥିବା ତାଙ୍କ କମ୍ପାନିର ମ୍ୟାନେଜର ଜିତେନ୍‌ଙ୍କ ବକେୟା ଦରମା ଆଦି ବାବଦରେ ୩୦ ହଜାର ଟଙ୍କା ପରିବାର ବର୍ଗକୁ ପ୍ରଦାନ କରିଥିଲେ। ଜିତେନ୍‌ଙ୍କ ମୃତ୍ୟରେ ତାଙ୍କ ପରିବାର ସମେତ ଗାଁ’ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ତାଙ୍କ ମୃତ୍ୟୁକୁ ନେଇ ସଂଦେହ ବ୍ୟକ୍ତ କରି ତାଙ୍କ ପରିବାରବର୍ଗ ଚାରମାଳ ଥାନାକୁ ଅଭିଯୋଗ କରିବା ପାଇଁ ଯାଇଥିଲେ। ତେବେ ଏନେଇ ଘଟଣା ଘଟିଥିବା ଗୁଜରାଟର ସଂପୃକ୍ତ ଥାନାରେ ଅଭିଯୋଗ କରିବାକୁ ସ୍ଥାନୀୟ ଥାନା ପକ୍ଷରୁ ପରାମର୍ଶ ଦିଆ ଯାଇଥିବା ମୃତକଙ୍କ କାକା ଶମ୍ଭୁଚରଣ ପ୍ରଧାନ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe