ଇରାକରେ ଫସିଛନ୍ତି ଓଡ଼ିଆ ଯୁବକ, ଉଦ୍ଧାର ପାଇଁ ହସ୍ତକ୍ଷେପ କଲେ ସାଂସଦ

Advertisment
ଇରାକରେ ଫସିଛନ୍ତି ଓଡ଼ିଆ ଯୁବକ, ଉଦ୍ଧାର ପାଇଁ ହସ୍ତକ୍ଷେପ କଲେ ସାଂସଦ

ଭୁବନେଶ୍ବର: ଇରାକରେ ଫସିଥିବା ଓଡିଆ ଯୁବକ ବିମଳ ରଣଜିତଙ୍କୁ ଉଦ୍ଧାର କରି ଭାରତ ଫେରାଇ ଆଣିବା ପାଇଁ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଏକ ଚିଠି ଲେଖି ନିବେଦନ କରିଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ ପୁରୀ ଜିଲ୍ଲାର ଗଡ଼ିଶାଗୋଦା ଥାନା ଅନ୍ତର୍ଗତ ବେଢାତଣ୍ଡୁଳ ଗ୍ରାମର ସ୍ବର୍ଗତ ବିଜୟ ରଣଜିତଙ୍କ ସାନପୁଅ ବିମଳ ଫେବ୍ରୁଆରି ୨୦୨୪ ରୁ ଇରାକର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ| ୨୫ ଜୁନ ୨୦୨୪ ରୁ ବିମଳ ସେଠାରେ ଅସୁସ୍ଥ ହୋଇପଡିଥିଲେ ମଧ୍ୟ କମ୍ପାନୀ କତ୍ତୃପକ୍ଷ ଉତ୍ତମ ଚିକିତ୍ସା ସେବା ଯୋଗାଇ ଦେଉନଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି| ବିମଳଙ୍କ ଭିସା ଅବଧି ୨୩ ଜାନୁଆରୀ ୨୦୨୪ ରୁ ସାରିଯାଇଥିଲେ ମଧ୍ୟ କମ୍ପାନୀ କତ୍ତୃପକ୍ଷ ଭିସା ନବୀକରଣ ନକରାଇ ୪ ମାସର ଦରମା ନଦେଇ ଶାରୀରିକ ନିର୍ଯ୍ୟାତନା ଦେବାସହ ବିଭିନ୍ନ କାମରେ ନିୟୋଜିତ କରିଛନ୍ତି|

ଶେଷରେ ପରିବାର ଲୋକ ବିମଳଙ୍କୁ ସ୍ବଦେଶ ଫେରାଇ ଆଣିବା ପାଇଁ ଶ୍ରୀଯୁକ୍ତ ପଣ୍ଡାଙ୍କ ହସ୍ତକ୍ଷେପ ଲୋଡିଥିଲେ। ଅନୁରୋଧକ୍ରମେ ଶ୍ରୀଯୁକ୍ତ ପଣ୍ଡା ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗ କରି ଏ ବିଷୟରେ ଅବଗତ କରିବା ସହ ତୁରନ୍ତ ଏ ଦିଗରେ ପଦକ୍ଷେପ ନେଇ ସୁରକ୍ଷିତ ଭାରତ ଫେରାଇ ଆଣିବା ସଙ୍ଗେ ସଙ୍ଗେ ସହାୟତା ଯୋଗାଇଦେବାକୁ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe