କେରଳରେ ଆଖି ବୁଜିଲେ ଓଡ଼ିଆ ଶ୍ରମିକ

କେରଳରେ ଆଖି ବୁଜିଲେ ଓଡ଼ିଆ ଶ୍ରମିକ

ନୟାଗଡ଼ : କେରଳରେ ‌େଗାଟିଏ ଗାଁର ଦୁଇ ଜଣ ଓଡ଼ିଆ ଶ୍ରମିକଙ୍କ ମଧ୍ୟରେ ଗଣ୍ଡଗୋଳରୁ ହତ୍ୟାକାଣ୍ଡ ଘଟିଛି। ସାମାନ୍ୟ ପିଆଜ କଟାକୁ କେନ୍ଦ୍ରକରି ଜଣେ ଶ୍ରମିକ ଅନ୍ୟ ଜଣଙ୍କୁ ଛୁରି ଭୁସି ଦେଇଛି। କେରଳ ପୁଲିସ୍‌ ମୃତଦେହ ଜବତ କରି ତଦନ୍ତ କରୁଥିବାବେଳେ ଅଭିଯୁକ୍ତ ଫେରାର୍‌ ହୋଇଯାଇଥିବା ଜଣାପଡ଼ିଛି।

ମୃତ ଶ୍ରମିକ ‌େହଲେ, ନୟାଗଡ଼ ସଦର ଥାନା ଖଣ୍ଡୁଗାଁର ବିପିନ ମହାପାତ୍ର। କେରଳର ଏକ କମ୍ପାନିରେ ବିପିନଙ୍କ ସହ ଖଣ୍ଡୁଗାଁର ଯୁବକମାନେ କାମ କରୁଥିବା ବେଳେ ସେମାନେ ଏକ ମେସ୍‌ରେ ରହୁଥିଲେ। ଗତକାଲି ରାତିରେ ମେସ୍‌ରେ ସମସ୍ତେ ମିଶି ମାଂସ ଭୋଜି କରୁଥିଲେ। ଏଥିପାଇଁ ବାଲିଆ ନାୟକ ପିଆଜ କାଟୁଥିବା ବେଳେ ପିଆଜକୁ ବଡ ବଡ ଖଣ୍ଡ କରି କାଟିବାକୁ ବିପିନ କହିଥିଲେ। ଏହି କଥାକୁ ନେଇ ବାଲିଆ ଉତ୍ତ୍ୟକ୍ତ ହୋଇ ପଡିଥିଲା। ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହେବାରୁ ବାଲିଆ ପିଆଜ କାଟୁଥିବା ଛୁରୀରେ ବିପିନଙ୍କୁ ଆକ୍ରମଣ କରି ହତ୍ୟା କରିଥିଲା।

କେରଳରେ ଅନ୍ୟ ଏକ କମ୍ପାନିରେ କାର୍ଯ୍ୟ କରୁଥିବା ବିପିନଙ୍କ ସମ୍ପର୍କୀୟ ଏ ସମ୍ପର୍କରେ ଜଣାଇବା ପରେ ପରିବାର ଲୋକ ଘଟଣା ସମ୍ପର୍କରେ ଜଣାଇଥିଲେ। କେରଳ ପୁଲିସ ଶବ ଜବତ କରିଥିବା ବେଳେ ହତ୍ୟା ଅଭିଯୁକ୍ତ ବାଲିଆ ଫେରାର ଥିବା ସେଠାକାର ପୁଲିସ ସୂତ୍ରରୁ ଜଣାପଡିଛି। ବିପିନଙ୍କ ବଡ ଭାଇ ପ୍ରକାଶ କେରଳରୁ ଶବ ଆଣିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସହାୟତା ପାଇଁ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe