ସୁରଟରେ ଦୁଇ ଦିନିଆ ଓଡ଼ିଆ ପର୍ବ ଆରମ୍ଭ

ସୁରଟରେ ଦୁଇ ଦିନିଆ ଓଡ଼ିଆ ପର୍ବ ଆରମ୍ଭ

ଭୁବନେଶ୍ୱର : ସୁରଟ ଓ ଗୁଜୁରାଟର ବିକାଶରେ ଓଡ଼ିଆ ଲୋକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ରାଜ୍ୟର ଅର୍ଥନୀତିକୁ ଦୃଢ଼ କରିବାରେ ବର୍ଷ ବର୍ଷ ଧରି ଓଡ଼ିଆମାନେ ବଳିଷ୍ଠ ଭୂମିକା ନେଇ ଆସୁଛନ୍ତି ବୋଲି କହିଛନ୍ତି ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ। ସୁରଟରେ ଦୁଇ ଦିନିଆ ଓଡ଼ିଆ ପର୍ବ ଆଜି ଠାରୁ ଆରମ୍ଭ ହୋଇଛି। ଏହାକୁ ଉଦ୍‌ଘାଟନ କରି ଗୁଜୁରାଟ ମୁଖ୍ୟମନ୍ତ୍ରୀ ଓଡ଼ିଆମାନଙ୍କର ବେଶ୍‌ ପ୍ରଶଂସା କରିଥିଲେ।

ଉତ୍ସବରେ ଯୋଗ ଦେଇ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଳେ, ଓଡ଼ିଶା ଓ ଗୁଜୁରାଟ ମଧ୍ୟରେ ସାମାଜିକ, ସାଂସ୍କୃତିକ ଓ ରାଜନୈତିକ ସମ୍ପର୍କ ଅତି ନିବିଡ଼। ଗୁଜୁରାଟ ଅର୍ଥନୀତି ପରିବର୍ତ୍ତନରେ ଓଡ଼ିଆମାନଙ୍କର ପ୍ରମୁଖ ଭୂମିକା ରହିଛି। ସୁରଟରେ ଆଜି ଓଡ଼ିଆ ସଂସ୍କୃତି, ପରମ୍ପରା ଓ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରତିଷ୍ଠା ହୋଇପାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଯେଉଁ ନୂଆ ଭାରତର କଳ୍ପନା କରିଛନ୍ତି, ସେଥିରେ ଓଡ଼ିଶା ତଥା ପରିଶ୍ରମୀ ଓଡ଼ିଆମାନେ ଆଗରେ ରହିବେ। ସ୍ୱାଭିମାନର ସହ ଓଡ଼ିଆମାନଙ୍କୁ କାମ କରିବାର ସୁଯୋଗ ଦେବାକୁ ଓଡ଼ିଶାରେ ଶିଳ୍ପାୟନର ନୂଆ ପରମ୍ପରା ସୃଷ୍ଟି କରାଯାଉଛି। ପାରାଦୀପ ରିଫାଇନାରିର ପେଟ୍ରୋକେମିକାଲ୍‌ ପଲିମର୍‌ରୁ ସୂତା ବାହାର କରି ସେଠାରେ ଦ୍ୱିତୀୟ ସୁରଟ କରାଯିବ ବୋଲି କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସୁରଟରେ ରହୁଥିବା ବହୁ ସଂଖ୍ୟାରେ ଓଡ଼ିଆ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe