ପ୍ରାବନ୍ଧିକ ମନୋରଞ୍ଜନ ମହାନ୍ତିଙ୍କ ପରଲୋକ

Advertisment
ପ୍ରାବନ୍ଧିକ ମନୋରଞ୍ଜନ ମହାନ୍ତିଙ୍କ ପରଲୋକ

କଟକ : ସ୍ୱନାମଧନ୍ୟ କବି, ପ୍ରାବନ୍ଧିକ ତଥା ଛାତ୍ରବତ୍ସଳ ପ୍ରାଧ୍ୟାପକ ଡକ୍ଟର ମନୋରଞ୍ଜନ ମହାନ୍ତିଙ୍କ ସୋମବାର ଭୋର ୪ଟାରେ କଟକ ଡଗରପଡ଼ାସ୍ଥିତ ବାସଭବନରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପୁତ୍ର ଆଇନଜୀବୀ ମିତ୍ରଭାନୁ ମହାନ୍ତି, ୩ ଝିଅ ଲିପୁ, ଲିସା, ମାମୁନି, ଜ୍ୱାଇଁ, ସାନଭାଇ ଜ୍ଞାନରଞ୍ଜନ ମହାନ୍ତି, ହୃଦୟ ରଞ୍ଜନ ମହାନ୍ତିଙ୍କ ସମେତ ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ। ସ୍ୱର୍ଗତ ମହାନ୍ତିଙ୍କ ପତ୍ନୀ ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ସବିତା ମହାନ୍ତିଙ୍କର ପୂର୍ବରୁ ଦେହାନ୍ତ ହୋଇଥିଲା।

ସ୍ୱର୍ଗତ ମହାନ୍ତି ଯାଜପୁର ଜିଲ୍ଲା ଅହିୟାସମଲ୍ଲିକାପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପାଙ୍କ ନାମ ଘନଶ୍ୟାମ ମହାନ୍ତି ଓ ମା’ ଶାନ୍ତିଲତା ମହାନ୍ତି। ସ୍ୱର୍ଗତ ମହାନ୍ତି ରେଭେନ୍‌ସା କଲେଜ, ଢ଼େଙ୍କାନାଳ କଲେଜ, ବିଜେବି କଲେଜର ଓଡ଼ିଶା ଭାଷା ସାହିତ୍ୟ ବିଭାଗରେ ଅଧ୍ୟାପନା କରିବା ପରେ ଶୈଳବାଳା ମହିଳା କଲେଜରେ ବିଭାଗୀୟ ମୁଖ୍ୟ ଭାବେ ଅବସର ଗ୍ରହଣ କରିଥଲେ।

ତାଙ୍କ ବିୟୋଗରେ କେନ୍ଦ୍ର ସାହିତ୍ୟ ଏକାଦମୀ ଓଡ଼ିଆ ଉପଦେଷ୍ଟା ମଣ୍ଡଳି ଆବାହକ ଡକ୍ଟର ଗୌରହରି ଦାସ, ଉତ୍କଳ ସାହିତ୍ୟ ସମାଜ ସଭାପତି ଡକ୍ଟର ବିଜୟାନନ୍ଦ ସିଂହ, ସଂପାଦକ ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦ୍ର ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିବା ସହିତ ଓଡ଼ିଆ ସାହିତ୍ୟ ଜଣେ ନିରଳସ ସାରସ୍ୱତ ସାଧକଙ୍କୁ ହରାଇଲା ବୋଲି ଶୋକବାର୍ତ୍ତାରେ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe