କାଲିଠାରୁ ପର୍ଯ୍ୟାୟ କ୍ରମେ ରାଜସ୍ଥାନର କୋଟାରୁ ବସରେ ଫେରିବେ ଓଡ଼ିଆ ଛାତ୍ରଛାତ୍ରୀ

Advertisment
କାଲିଠାରୁ ପର୍ଯ୍ୟାୟ କ୍ରମେ ରାଜସ୍ଥାନର କୋଟାରୁ ବସରେ ଫେରିବେ ଓଡ଼ିଆ ଛାତ୍ରଛାତ୍ରୀ

ଭୁବନେଶ୍ୱର: ରାଜସ୍ଥାନର କୋଟାରେ ମେଡିକାଲ ପ୍ରବେଶିକା ଓ ଅନ୍ୟାନ୍ୟ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଓଡ଼ିଆ ଛାତ୍ରଛାତ୍ରୀମାନେ କାଲିଠାରୁ ପର୍ଯ୍ୟାୟ କ୍ରମେ ଓଡ଼ିଶା ଆସିବେ । କରୋନା ଭାଇରସ ପାଇଁ ଦେଶରେ ଲକଡାଉନ ଲାଗୁ ପରେ ପାଠପଢ଼ାରେ ବହୁ ଅସୁବିଧା ହେଉଥିବାରୁ ସେମାନେ ନିଜସ୍ୱ ବ୍ୟବସ୍ଥାରେ ବସ ଯୋଗେ ଓଡ଼ିଶା ଆସିବେ । ଏଥି ପାଇଁ ଓଡ଼ିଶା ସରକାର ଗାଡ଼ି ପରମିଟ ଓ ଅନ୍ୟ ବ୍ୟବସ୍ଥା କରିବେ । ଓଡ଼ିଶା ସରକାରଙ୍କ ତାଲିକା ଅନୁସାରେ ରାଜ୍ୟରୁ ୯୭୫ ଜଣ ଛାତ୍ରଛାତ୍ରୀ କୋଟାରେ କୋଚିଂ .ନେଉଛନ୍ତି । ତେବେ ପିଲାମାନେ ଓଡ଼ିଶା ଫେରିବା ପରେ ନିଜ ନିଜ ଜିଲ୍ଲାକୁ ଯାଇ କୋଭିଡ-୧୯ ଗାଇଡଲାଇନ ପାଳନ କରିବାକୁ ପଡ଼ିବ ।

ସୂଚନାଯୋଗ୍ୟ, ମେଡିକାଲ ପ୍ରବେଶିକା କୋଚିଂ ପାଇଁ କୋଟା ହେଉଛି ଭାରତୀୟ ସହରମାନଙ୍କ ଠାରୁ ଅନ୍ୟତମ । ଏଠାକୁ ଦେଶର ପ୍ରାୟ ସବୁ ରାଜ୍ୟରୁ ପିଲାମାନେ ମେଡିକାଲ କୋଚିଂ ପାଠ୍ୟକ୍ରମ ପାଇଁ ଯାଇଥାନ୍ତି । କିନ୍ତୁ ଗତ ମାର୍ଚ୍ଚ ୨୫ ପରେ ଦେଶରେ ଲକଡାଉନ ଲାଗୁ ହେବା ପରେ ପାଠ ପଢ଼ାରେ ଅସୁବିଧା ହୋଇଛି । କୋଟାରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କୁ ଅନ୍ୟ ରାଜ୍ୟ ସରକାର ନେଇ ସାରିଛନ୍ତି ।

publive-image

ଓଡ଼ିଶାର ଛାତ୍ରଛାତ୍ରୀମାନେମାନେ ମଧ୍ୟ ଏଠାକୁ ଆସିବା ପାଇଁ ସୋସିଆଲ ଗଣମାଧ୍ୟମରେ ଅପିଲ କରିଥିଲେ । ସେମାନଙ୍କୁ ଆଣିବା ପାଇଁ କିଛି ଛାତ୍ରଛାତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଅପିଲ କରିଥିଲେ । ସେହିପରି ବିରୋଧୀ ଦଳର ନେତା ନରସିଂହ ମିଶ୍ର ମଧ୍ୟ ଓଡ଼ିଆ ଛାତ୍ରଛାତ୍ରୀମାନଙ୍କୁ ଆଣିବା ପାଇଁ ଟୁଇଟ କରିଥିଲେ ।

ରାଜସ୍ଥାନର କୋଟାରେ ଦିନକୁ ଦିନ କରୋନା ପଜିଟିଭ ସଂଖ୍ୟା ବଢ଼ୁଛି। ବହୁତ ଅସୁବିଧାରେ ଅଛୁ। ଖାଇବା ଭଲ ମିଳୁନି। ଅନ୍ୟ ରାଜ୍ୟର ଛାତ୍ରଛାତ୍ରୀଙ୍କୁ ସଂପୃକ୍ତ ସରକାର ଘରକୁ ଫେରାଇ ନେଲେଣି। ଯେତେ ଶୀଘ୍ର ହେବ ଓଡ଼ିଶା ସରକାର ପଦକ୍ଷେପ ନିଅନ୍ତୁ। ଆମେ ଘରକୁ ଫେରିବାକୁ ଚାହୁଁଛୁ। ସାମାଜିକ ଗଣମାଧ୍ୟମ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏପରି ନିବେଦନ କରିଥିଲେ ରାଜସ୍ଥାନର କୋଟାରେ ଫସିଥିବା ଛାତ୍ରଛାତ୍ରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe