ଭୁବନେଶ୍ୱର: ରାଜ୍ୟ ଐତିହ୍ୟ କ୍ୟାବିନେଟର ପ୍ରଥମ ବୈଠକ ଶୁକ୍ରବାର ସଚ୍ଚିବାଳୟରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗଠିତ ଐତିହ୍ୟ କ୍ୟାବିନେଟରେ ୭ଜଣ ମନ୍ତ୍ରୀ ଓ ବିଭାଗୀୟ ସଚିବ ଉପସ୍ଥିତ ଥିଲେ।
ବୈଠକ ପରେ ମୁଖ୍ୟ ଶାସକ ସଚିବ ଅାଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇ କହିଛନ୍ତି ଯେ ଐତିହ୍ୟ କ୍ୟାବିନେଟରେ ୪ଟି ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି। ଓଡ଼ିଶା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାକୁ ମଞ୍ଜୁରୀ ମିିଳିଛି। ପୁରୀ ଜିଲ୍ଲା ସତ୍ୟବାଦୀଠାରେ ୨୫ଏକର ଜମି ଉପରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବ ବୋଲି ନିଷ୍ପତ୍ତି ହୋଇଛି। ସେହିପରି ଓଡ଼ିଆ ସଂସ୍କୃତି ଓ ଐତିହ୍ୟ ନୀତି ପ୍ରଣୟନ ଲାଗି ନିଷ୍ପତ୍ତି ନିଆଯାଇଛି। ଏଥିସହ ସାର୍ବଜନୀନ ପାଠାଗାରଗୁଡ଼ିକ ଲାଗି ନିର୍ଦ୍ଦେଶକ ପଦବି ସୃଷ୍ଟି ଲାଗି ନିଷ୍ପତ୍ତି ହୋଇଥିବା ସୂଚନା ଦିଆଯାଇଛି। କଟକସ୍ଥିତ ଆନନ୍ଦ ଭବନ ସଂଗ୍ରାହାଳୟ ଓ ଅଧ୍ୟୟନ କେନ୍ଦ୍ରର ପରିଚାଳନା ଲାଗି ଟ୍ରଷ୍ଟ ଗଠନ କରାଯିବା ସହ ଏଥିଲାଗି କର୍ପସ ଫଣ୍ଡ ଗଠନ ଲାଗି ଐତିହ୍ୟ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି।
Follow Us