ଓଡ଼ିଆ ମହିଳାଙ୍କ ବଦାନ୍ୟତା: ବ୍ୟାଙ୍କ ଆକାଉଣ୍ଟରେ ଆସିଥିବା ୪ଲକ୍ଷ ଟଙ୍କା ଫେରାଇ ଦେଲେ

Advertisment
ଓଡ଼ିଆ ମହିଳାଙ୍କ ବଦାନ୍ୟତା: ବ୍ୟାଙ୍କ ଆକାଉଣ୍ଟରେ ଆସିଥିବା ୪ଲକ୍ଷ ଟଙ୍କା ଫେରାଇ ଦେଲେ

ଜୟପୁର: ଗୋଟିଏ ପଟେ ଆଯୋଧ୍ୟାରେ ଶ୍ରୀରାମମନ୍ଦିର ଓ ରାମଲାଲାଙ୍କ ବିଗ୍ରହର ପ୍ରାଣ ପ୍ରତିଷ୍ଠା ପାଇଁ ଚାରି ଆଡ଼େ ଅଧ୍ୟାତ୍ମିକତାମୟ। ଏଭଳି ସମୟରେ ଜୟପୁରର ଜୈନେକା ମହିଳାଙ୍କ ବଦାନ୍ୟତାର ଚର୍ଚ୍ଚା ଜୋର ଧରିଛି। ସ୍ଥାନୀୟ ଲିଙ୍ଗରାଜ ନଗରର  ଅଟୋଚାଳକ ମୀନକେତନ ଦାଶଙ୍କ ପତ୍ନୀ  ସ୍ବାତୀ ଗୀତାଞ୍ଜଳି ଦାଶଙ୍କ ୟୁକୋ ବ୍ୟାଙ୍କର ଆକାଉଣ୍ଟରେ ୪ଲକ୍ଷ ଟଙ୍କା ଜମା ହୋଇଥିଲା। ତାଙ୍କ ଆକାଉଣ୍ଟରେ ଏହି ଟଙ୍କା କେଉଁ ଆଡରୁ ଆସିଛି ତାହାକୁ ନେଇ ସ୍ବାମୀ ଓ ସ୍ତ୍ରୀ ଆଶ୍ଚାର୍ଯ୍ୟନ୍ବୀତ ହୋଇଥିଲେ। ତା‌ ପରେ ଗୀତାଞ୍ଜଳି ବ୍ୟାଙ୍କକୁ ଯାଇ ଯେଉଁ ଆକାଉଣ୍ଟରୁ ଟଙ୍କା ଆସିଥିଲା ଉକ୍ତ ଆକାଉଣ୍ଟଧାରୀଙ୍କ ବିବରଣୀ ସଂଗ୍ରହ କରି ତାଙ୍କୁ ବ୍ୟାଙ୍କକୁ ଡକାଇଥିଲେ।

ଆକାଉଣ୍ଟଧାରୀ ଜଣକ ମିଲର କେ.ଭି ରାଓ। ଆକାଉଣ୍ଟଧାରୀ ବ୍ୟାଙ୍କକୁ ଆସିବା ପରେ ତାଙ୍କ ଉପସ୍ଥିତିରେ ଗୀତାଞ୍ଜଳି ଟଙ୍କା ଟ୍ରାନସଫର କରାଇଥିଲେ। ଟଙ୍କା ଆସିବା ଓ ଏବ‌ଂ ଟ୍ରାନସଫର ଆଦି ପାଇଁ ଯେଉଁ ବ୍ୟାଙ୍କ ଖର୍ଚ୍ଚ ବି ମହିଳା ଜଣକ ନିଜେ ଭରଣା କରିଥିଲେ। ମହିଳାଙ୍କ ଏଭଳି ମହତ କାର୍ଯ୍ୟ ପାଇଁ ସାଧାରଣରେ ପ୍ରଶଂସା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe