ଦାଦନ ଦୁଃଖ: ଆନ୍ଧ୍ରରେ ଓଡ଼ିଆ ଶ୍ରମିକ ମୃତ

ଦାଦନ ଦୁଃଖ: ରୋଜଗାର ପାଇଁ ଯାଉଛନ୍ତି, ଶବହୋଇ ଫେରୁଛନ୍ତି

DNA India

ନୂଆପଡ଼ା : ଆନ୍ଧ୍ରକୁ ଦାଦନ ଖଟିବାକୁ ଯାଇଥିବା ନୂଆପଡ଼ା ଜିଲ୍ଲା କୋମନା ପଞ୍ଚାୟତ ଭରୁଆମୁଣ୍ଡା ବୀରସିଂପଡ଼ାର ବିଶ୍ରାମ ମାଝୀ (୪୫ବର୍ଷ)ଙ୍କ ସେଠାରେ ମୃତ୍ୟୁ ହୋଇଛି। ଅର୍ଥାଭାବରୁ ଗାଁକୁ ଶବ ଅଣାନଯାଇ ସେଠାରେ ଅନ୍ତିମ ସତ୍କାର କରାଯାଇଥିବା ବେଳେ ବିଶ୍ରାମଙ୍କ ମା’ ପୁଅର ବାଟ ଅନାଇ ରହିଛନ୍ତି। ବିଶ୍ରାମ ଗତ ଦଶହରା ସମୟରେ ହାଇଦ୍ରାବାଦ ସହରର ଜଣେ ଇଟାଭାଟି ମାଲିକଙ୍କଠାରୁ କିଛି ଟଙ୍କା ଅଗ୍ରିମ ନେଇ ପତ୍ନୀ ଗୋମତୀ ମାଝୀ (୪୦ ବର୍ଷ) ଓ ତିନି ଛୋଟ ଛୁଆଙ୍କୁ ନେଇ ଅନ୍ଧ୍ରପ୍ରଦେଶର ଉକ୍ତ ଇଟାଭାଟିରେ କାମ କରୁଥିଲେ। ଗତ ୩୧ ତାରିଖ ବିଶ୍ରାମ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ଚିକିତ୍ସା ପାଇଁ ନିକଟସ୍ଥ ଏକ ଡାକ୍ତରଖାନାକୁ ତାଙ୍କୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।

ସ୍ବାମୀର ଶବ ଗାଁକୁ ଆଣିବାକୁ ପତ୍ନୀଙ୍କ ପକ୍ଷେ ସମ୍ଭବ ନଥିବାରୁ ସେଠାରେ ଅନ୍ତିମ ସତ୍କାର କରାଯାଇଥିଲା। ପରେ ଇଟାଭାଟି ମାଲିକଙ୍କ ସହଯୋଗରେ ଗୋମତୀ ଛୁଆଙ୍କୁ ଧରି ଗାଁକୁ ଫେରି ଆସିଥିଲେ। ଆସିବା ସମୟରେ ମାଲିକ ତାଙ୍କୁ ୫୦ ହଜାର ଟଙ୍କା ଦେଇଥିବା ଗୋମତୀ ପ୍ରକାଶ କରିଛନ୍ତି। ତେବେ ବିଶ୍ରାମଙ୍କ ମୃତ୍ୟୁ ପରେ ପତ୍ନୀ ଓ ତିନିଛୁଆ ଅସହାୟ ହୋଇପଡ଼ିଛନ୍ତି। ଏଥିସହ ବୃଦ୍ଧା ମା’ ବର୍ତ୍ତମାନ ମଧ୍ୟ ପୁଅର ବାଟକୁ ଅନାଇ ରହିଛି। କୋମନା ସରପଞ୍ଚ ମୃତ୍ୟୁଞ୍ଜୟ ପାଣିଗ୍ରାହୀ ମୃତକଙ୍କ ପରିବାରକୁ ଭେଟି ହରିଶ୍ଚନ୍ଦ୍ର ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କରିବା ସହ ସରକାରୀ ନିୟମ ଅନୁଯାୟୀ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe