ତେଲେଙ୍ଗାନାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ଅନାହାରରେ ମାନସିକ ଭିନ୍ନକ୍ଷମ ବ୍ୟକ୍ତିଙ୍କ ମୃତ୍ୟୁ!

Image Courtesy of India Today

ନୂଆପଡ଼ା/ବୋଡ଼େନ/କରଙ୍ଗାମାଲ : ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ସୁନାପୁର ପଞ୍ଚାୟତ କେଶରାଜପୁର ଗାଁର ଜଣେ ଯୁବକ ତେଲେଙ୍ଗାନାକୁ କାମ କରିବାକୁ ଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ତେବେ ସେଠାରେ କମ୍ପାନି ମାଲିକ ତାକୁ ହତ୍ୟା କରିଥିବା ଯୁବକଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ସେଠାରୁ ମୃତଦେହ ଆଣିବାକୁ ପରିବାର ନିକଟରେ ଆବଶ୍ୟକ ଟଙ୍କା ନଥିବାରୁ ମୃତଦେହକୁ ଅନାଇ ରହିଛନ୍ତି।

ସୂଚନାମତେ, କେଶରାଜପୁର ଗାଁର ଭୁବନେଶ୍ବର ଜଗତଙ୍କ ପୁଅ ସୁରେଶ ଜଗତ (୨୯) ଚଳିତ ବର୍ଷ ସ୍ଥାନୀୟ ଏକ ଦାଦନ ଦଲାଲଙ୍କ କଥାରେ ପଡ଼ି ପରିବାର ପ୍ରତିପୋଷଣ ପାଇଁ ଗାଁରେ ସ୍ତ୍ରୀ ଓ ୨ ଛୁଆଙ୍କୁ ଛାଡ଼ି ତେଲେଙ୍ଗାନା ରାଜ୍ୟ ସିକନ୍ଦରାବାଦ ଜିଲ୍ଲାର ଗୋପାଲପୁରମ୍ ରେଲୱେ ଷ୍ଟେସନ୍ ନିକଟରେ ଥିବା ଏକ ଘରୋଇ କମ୍ପାନିରେ ଦାଦନ ଶ୍ରମିକ ଭାବେ କାମ କରିବାକୁ ଯାଇଥିଲେ। କିଛି ଦିନ ହେଲା ସେଠାରେ କାମ କରୁଥିବା ବେଳେ ମଝିରେ ମଝିରେ ଟଙ୍କା ମଧ୍ୟ ଘରକୁ ପଠାଉଥିଲେ। ହଠାତ୍ ବୁଧବାର ବୋଡ଼େନ ଥାନା ପକ୍ଷରୁ ସୁରେଶଙ୍କ ମୃତ୍ୟୁ ହୋଇଥିବା ଖବର ପରିବାର ଲୋକଙ୍କୁ ଦିଆଯାଇଥିଲା। ହେଲେ ପରିବାର ଲୋକ ଏହାକୁ ସହଜରେ ଗ୍ରହଣ କରିନଥିଲେ। ଏହାକୁ ନେଇ ମୃତ ସୁରେଶଙ୍କ ବାପା ବୋଡ଼େନ ଥାନାରେ ପୁଅକୁ ହତ୍ୟା କରିଥିବା ନେଇ ଅଭିଯୋଗ କରିଛନ୍ତି। ଏଥିସହ ମୃତଦେହ ଗାଁକୁ ଆଣିବାକୁ ପ୍ରଶାସନ ନିକଟରେ ନିବେଦନ କରିଛନ୍ତି। ଏ ସମ୍ପର୍କରେ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇ ଥିବାରୁ ସମ୍ଭବ ହୋଇନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe