ଜୟପୁରର ଯୁବକ ତିଆରି କଲେ ରୋବଟିକ୍ ହେଲମେଟ୍, ସେନା‌ରେ ବି ହୋଇପାରିବ ବ୍ୟବହାର

Advertisment
ଜୟପୁରର ଯୁବକ ତିଆରି କଲେ ରୋବଟିକ୍ ହେଲମେଟ୍, ସେନା‌ରେ ବି ହୋଇପାରିବ ବ୍ୟବହାର

ଜୟପୁର: ରୋବଟିକ୍ ହେଲମେଟ୍ ତିଆରି କରି ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି ଯୁବ ଇଂଜିନିୟର ଶିଶିର ମଲ୍ଲିକ। କୋରାପୁଟ ଜିଲ୍ଲା ଜୟପୁରର ନୂଆସାହି ପ୍ରଥମ ଲାଇନରେ ରହୁଥିବା ଶିଶିର ମାତ୍ର ୨ହଜାର ଟଙ୍କା ଖର୍ଚ୍ଚ କରି ତିଆରି କରିଛନ୍ତି ଏଭଳି ସ୍ବତନ୍ତ୍ର ହେଲମେଟ୍ । ଏଥିରେ ସେ ଅତ୍ୟାଧୁନିକ ଅଟୋ ସେନସର, ଜିପିଆରଏସ୍, ବ୍ଲୁଟୁଥ୍, କ୍ୟାମେରା, ଲାଇଟ୍ ଆଦି ସଂଯୋଗ କରି ତିଆରି କରିଛନ୍ତି ଏହି ସ୍ବତନ୍ତ୍ର ରୋବଟିକ୍ ହେଲମେଟ୍ ।

publive-image

ଉଲ୍ଲେଖଯୋଗ୍ୟ, ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ସୁରକ୍ଷା ପାଇଁ ବାହାର ଦେଶରୁ ଆଉ ଯୁଦ୍ଧ ସରଞ୍ଜାମ ଆମଦାନି କରାଯିବନି ବୋଲି ଘୋଷଣା କରିବା ସହ ‘ଆତ୍ମନିର୍ଭର ଭାରତ’ ଯୋଜନାରେ ଦେଶରୁ ଏହାକୁ ପ୍ରସ୍ତୁତ କରି ଦେଶର ସୈନିକଙ୍କ ପାଇଁ ବ୍ୟବହାର କରାଯିବ ବୋଲି ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଏହି ଘୋଷଣାରେ ପ୍ରୋତ୍ସାହିତ ହୋଇ ଶିଶିର ଏହାକୁ ପ୍ରସ୍ତୁତ କରିଥିବା କହିଛନ୍ତି। ସେ ଏହାକୁ କେବଳ ଡମି ପାଇଁ କରିଛନ୍ତି। ଆମେରିକା, ଇରାନ ଆଦି ଦେଶ ଏଭଳି ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମାଣ କରାଯାଇଥିବା ହେଲମେଟକୁ ବ୍ୟବହାର କରୁଛନ୍ତି। ତେଣୁ ସେ ତିଆରି କରିଥିବା ଏହି ହେଲମେଟକୁ ଭାରତୀୟ ସୈନ୍ୟମାନଙ୍କ ପାଇଁ ବ୍ୟବହାର ଉପେଯାଗୀ ହୋଇପାରିବ ବୋଲି କହିଛନ୍ତି। ସେ କରିଥିବା ପ୍ରକ୍ରିୟାକୁ ଆପଣାଇ ଭାରତୀୟ ସେନା ପାଇଁ ସାମଗ୍ରୀ ପ୍ରସ୍ତୁତ କରୁଥିବା ବୈଜ୍ଞାନିକମାନେ ଏଭଳି ହେଲମେଟ ତିଆରି କରିପାରିବେ ବୋଲି ସେ କହିଛନ୍ତି। ଏପରିକି ସେ ହେଲମେଟ ଉପରେ ବନ୍ଧୁକଟିଏ ମଧ୍ୟ ଖଞ୍ଜିଛନ୍ତି। ଯାହା କି ରିମୋର୍ଟ କଣ୍ଟ୍ରୋଲରେ ୩୬୦ଡିଗ୍ରିରେ ପରିଚାଳିତ ହୋଇ ପାରିବ। ଏବଂ ଏଥିରେ ଲାଗିଥିବା ସେନସର ଓ କ୍ୟାମେରାଗୁଡିକ ଶତ୍ରୁର ସ୍ଥିତି ଓ ଗତିବିଧି ସଂପର୍କରେ ଅବଗତ କରିବା ସହ ସେନା କାର୍ଯ୍ୟାଳୟ ସହ ସଂପୃକ୍ତ ରହି କାମ କରି ପାରିବେ ବୋଲି କହିଛନ୍ତି ଶିଶିର। ଏହା ପୂର୍ବରୁ ସେ ଅତ୍ୟାଧୁନିକ ସାନିଟାଇଜର ମେସିନ୍ ତିଆରି କରିଥିଲେ।

ଶିଶିର ରାୟଗଡା ରିଦିମ୍ ଇଂଜନିୟରିଂ କଲେଜରେ ଇଲୋକ୍ଟ୍ରିନିକ୍ ଇଂଜିନିୟରିଂ ପଢ଼ିଛନ୍ତି। ସଂପ୍ରତି ଏକ ଘରୋଇ କଂପାନିରେ ଚାକିରି କରିବା ସହ ସେ ବାଙ୍ଗଲୋରରେ ଏୟାର ସ୍ପେସ ଉପରେ ପାଠ ପଡ଼ିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ବାପା ଧ୍ରୁବ ମଲ୍ଲିକ ଜୟପୁର ବିଲଟ ପେପରମିଲରେ କାମ କରୁଥିଲେ। ତେବେ ପୁଅ କୋଭିଡ୍ ସମୟରେ ଏଭଳି କରିଥିବାରୁ ବାପା ଓ ମା ମନୋରମା ମଲ୍ଲିକ ଖୁସି ଜାହିର କରିବା ସହ ପୁଅ ଦେଶ ପାଇଁ କିଛି କରିବାକୁ ଚାହୁଁଛି ବୋଲି କହିଛନ୍ତି। ତେବେ ଶିଶିର କରିଥିବା ଏହି ରୋବଟିକ୍ ହେଲମେଟ୍ କେତେ ଦୁର ସରକାରଙ୍କ ଦ୍ବାରା ଗ୍ରହଣୀୟ ହେଉଛି ତାହା ସମୟ କହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe