ଆବୁ ଧାବିରୁ ଫେରିଲା ଓଡ଼ିଆ ଯୁବକଙ୍କ ମରଶରୀର

Advertisment
ସର୍ପାଘାତରେ ନାବାଳିକା ମୃତ

ଭୁବନେଶ୍ବର :- ଆବୁ ଧାବିରେ ଫସିଥିବା ମୃତ ଓଡିଆ ଯୁବକ କାଳନ୍ଦୀ ମଲ୍ଲିକଙ୍କ ମରଶରୀର ଶନିବାର ଓଡିଶାରେ ପହଞ୍ଚିଛି। ମରଶରୀର ଫେରାଇ ଆଣିବାପାଇଁ ଆବୁ ଧାବିରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଅବଗତ କରିବା ସହ ଏକ ପତ୍ର ଲେଖି ନିବେଦନ କରିଥିଲେ।

ସୂଚନାଯୋଗ୍ୟ, କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଶ୍ରୀରାମପୁର ପଞ୍ଚାୟତର ପାଲପାଟଣା ଗ୍ରାମର ସଚିନ୍ଦ୍ର ମଲ୍ଲିକଙ୍କ ପୁଅ କାଳନ୍ଦୀ ଆବୁଧାବିରେ ୨୦୧୮ ମସିହାରୁ ପାଇପ୍ ମିସ୍ତ୍ରୀ ଭାବେ କାମ କରି ଆସୁଥିଲେ। ଗତ ମାସ ୧୬ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିବା କମ୍ପାନି କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ଜଣାଇଥିଲେ। ମରଶରୀରକୁ ଅନ୍ତିମ ସଂସ୍କାର ପାଇଁ ତାଙ୍କ ଗ୍ରାମକୁ ପଠାଇବାକୁ କମ୍ପାନି କର୍ତ୍ତୃପକ୍ଷଙ୍କୁ ପରିବାର ଲୋକେ ଅନୁରୋଧ କରିଥିଲେ। ମାତ୍ର କମ୍ପାନି କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନ ନେବାରୁ ପରିବାର ଶ୍ରୀ ପଣ୍ଡାଙ୍କ ହସ୍ତକ୍ଷେପ ଲୋଡିଥିଲେ। ଆଜି ଭୁବନେଶ୍ବର ବିମାନ ବନ୍ଦରରେ ମରଶରୀର ପହଞ୍ଚିବା ପରେ ଶ୍ରୀଯୁକ୍ତ ପଣ୍ଡାଙ୍କ କାର୍ଯ୍ୟାଳୟ ତରଫରୁ ଶେଷଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ପରେ ମରଶରୀରକୁ ପରିବାର ଲୋକଙ୍କୁ ହସ୍ତାନର କରାଯାଇଥିଲା। ଶ୍ରୀଯୁକ୍ତ ପଣ୍ଡା ତ୍ବରିତ ହସ୍ତକ୍ଷେପ କରି ମରଶରୀର ଫେରାଇ ଆଣିଥିବାରୁ ପରିବାର ଲୋକ କୃତଜ୍ଞତା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe