ଆବୁଧାବିରେ ଓଡ଼ିଆ ଯୁବକଙ୍କୁ ହତ୍ୟା, ମରଶରୀର ଫେରାଇ ଆଣିବା ପାଇଁ ବୈଜୟନ୍ତଙ୍କ ଉଦ୍ୟମ

ସାଧାରଣ ନିର୍ବାଚନ ପାଇଁ ବିଜେପିର ସାଙ୍ଗଠନିକ ପ୍ରସ୍ତୁତି: ନିର୍ବାଚନ ଲଢ଼ିନପାରନ୍ତି ବୈଜୟନ୍ତ

India Today

ଭୁବନେଶ୍ବର : ଆବୁଧାବିରେ ହତ୍ୟାକାଣ୍ଡରେ ପ୍ରାଣ ହରାଇଥିବା ଓଡ଼ିଆ ଯୁବକ କାଳନ୍ଦୀ ମଲ୍ଲିକଙ୍କ ମରଶରୀର ଭାରତ ଫେରାଇ ଆଣିବା ପାଇଁ ଆବୁଧାବିରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ପତ୍ର ଲେଖି ନିବେଦନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା।

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଶ୍ରୀରାମପୁର ପଞ୍ଚାୟତର ପାଲପାଟଣା ଗ୍ରାମର ସଚୀନ୍ଦ୍ର ମଲ୍ଲିକଙ୍କ ପୁଅ କାଳନ୍ଦୀ ଆବୁଧାବିରେ ୨୦୧୮ ମସିହାରୁ ପାଇପ୍ ମିସ୍ତ୍ରି ଭାବେ କାମ କରି ଆସୁଥିଲେ। ଚଳିତ ମାସ ୧୬ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିବା ସଂସ୍ଥାର କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ଜଣାଇଥିଲେ। ଦୁବାଇରେ କାମ କରୁଥିବା କାଳନ୍ଦୀଙ୍କ ଭାଇ ବଳରାମ ମଲ୍ଲିକ ଶବ ବ୍ୟବଚ୍ଛେଦ ରିପୋର୍ଟରୁ କାଳନ୍ଦୀଙ୍କୁ ହତ୍ୟା କରାଯାଇଥିବା ଜାଣିବାକୁ ପାଇଥିଲେ। ବଳରାମ ତାଙ୍କ ଭାଇଙ୍କର ମରଶରୀର ଫେରାଇଦେବା ସହ ବକେୟା ବେତନ ଦେବାକୁ କମ୍ପାନି କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ ମଧ୍ୟ କର୍ତ୍ତୃପକ୍ଷ ମନା କରି ଦେଇଥିଲେ। କାଳନ୍ଦୀଙ୍କ ପରିବାର ମରଶରୀରକୁ ଅନ୍ତିମ ସଂସ୍କାର ପାଇଁ ଗ୍ରାମକୁ ଫେରାଇ ଆଣିବାକୁ ଶ୍ରୀ ପଣ୍ଡାଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe