ବାଙ୍ଗାଲୋରରେ ଓଡ଼ିଆ ଯୁବକଙ୍କୁ ହତ୍ୟା!

Advertisment
ବାଙ୍ଗାଲୋରରେ ଓଡ଼ିଆ ଯୁବକଙ୍କୁ ହତ୍ୟା!

ଆନନ୍ଦପୁର: ଆନନ୍ଦପୁର ବ୍ଳକ ଧକୋଠା ଗ୍ରାମର ବାବାଜୀ ଦେହୁରୀଙ୍କ ବଡ଼ପୁଅ ଦୀପକ ଦେହୁରୀ (୨୨)ଙ୍କର ବାଙ୍ଗାଲୋରରେ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ତାଙ୍କୁ ସେଠାରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଦୀପକ ଗତ ଦୁଇ ବର୍ଷ ହେଲା ବାଙ୍ଗାଲୋରର ଏକ କମ୍ପାନିରେ ଚାକିରି କରିଥିଲେ। ଗତକାଲି ତାଙ୍କର ମୃତଦେହ ସନ୍ଦେହଜନକ ଭାବେ ଏକ ସ୍ଥାନରୁ ମିଳିଥିଲା। ସଂଧ୍ୟାରେ ଦୀପକଙ୍କ ମୃତ୍ୟୁ ସମ୍ପର୍କରେ ଘରକୁ ଫୋନ୍‌ ଆସିବା ପରେ ପରିବାର ଲୋକେ ବାଙ୍ଗାଲୋର ଯାଇଛନ୍ତି। ଦୀପକଙ୍କ ଅକାଳ ମୃତ୍ୟୁକୁ ନେଇ ଧକୋଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe