ରଣପୁର : ପୁଡୁଚେରୀରେ ଜଣେ ଓଡ଼ିଆ ଯୁବକ ନିଜର ସାହସିକତା ପ୍ରଦର୍ଶନ କରି ସମୁଦ୍ରରେ ବୁଡ଼ିଯାଉଥିବା ଜଣେ ଯୁବକ ଓ ଜଣେ ଯୁବତୀଙ୍କୁ ଉଦ୍ଧାର କରିଥିବା ବେଳେ ସେଠାକାର ବାଚସ୍ପତିଙ୍କ ଦ୍ବାରା ସମ୍ମାନୀତ ହୋଇଥିବା ଜଣାଯାଇଛି।
/sambad/media/post_attachments/wp-content/uploads/2022/01/ranapur.jpg)
ରଣପୁର ବ୍ଲକ୍ ଅନ୍ତର୍ଗତ ମଝିଆଖଣ୍ତ ପଞ୍ଚାୟତ ଅଧୀନ ପଥରପୁଞ୍ଜୀ ଗାଁର ଚିତ୍ତରଞ୍ଜନ ପ୍ରଧାନ ଗତ ସପ୍ତାହରେ ପୁଡୁଚେରୀ ଶ୍ରୀଅରବିନ୍ଦ ଆଶ୍ରମ ବୁଲିବାକୁ ଯାଇଥିଲେ। ୮ ତାରିଖରେ ସେଠାକାର ସମୁଦ୍ରତଟରେ ସେ ବୁଲୁଥିବା ବେଳେ ୩ ଜଣ ଯୁବକ ଓ ଯୁବତୀ ସମୁଦ୍ରରେ ବୁଡ଼ିଯାଉଥିବା ଦେଖି ସମୁଦ୍ର ମଧ୍ୟକୁ ଲମ୍ଫ ମାରିଥିଲେ। ସେ ୨ ଜଣଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ। ଉଦ୍ଧାର ହୋଇଥିବା ଅମ୍ରିଥା ଶିବକୁମାର ଜାତୀୟ କନିଷ୍ଠ ବକ୍ସିଂରେ ସ୍ବର୍ଣ୍ଣପଦକ ପାଇଥିବା ବେଳେ ଉଦ୍ଧାର ପାଇଥିବା ଅନ୍ୟତମ ବ୍ୟକ୍ତି ହେଉଛନ୍ତି ସବେର୍ଶ୍ବରନଙ୍କ େକାଚ୍। ସାହସିକତା ପାଇଁ ଚିତ୍ତରଞ୍ଜନଙ୍କୁ ପଣ୍ତିଚେରୀ ବାଚସ୍ପତି ଚିତ୍ତରଞ୍ଜନଙ୍କୁ ସମ୍ମାନୀତ କରିଛନ୍ତି।
Follow Us