iStock
କଣ୍ଟାମାଳ: ତାମିଲନାଡ଼ୁ ଦାଦନ ଖଟିବାକୁ ଯାଇଥିବା ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ତାଲବେଡ଼ା ଗ୍ରାମର ଶ୍ରମିକ ମୁକେଶ ରଣା (୨୦ବର୍ଷ)ଙ୍କ ଟ୍ରକ୍ ଧକ୍କାରେ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ତାଲବେଡ଼ା ଗ୍ରାମର ଇତିହାସ ରଣାଙ୍କ ପୁଅ ମୁକେଶ ଗତ ୪ ମାସ ତଳେ ତାମିଲନାଡୁର ବେମ୍ବିସେଲ ସହରକୁ ଯାଇ ଏକ ଚିଙ୍ଗୁଡ଼ି ଗୋଦାମରେ କାମ କରୁଥିଲେ। ମଙ୍ଗଳବାର ତାଙ୍କର ଜଣେ ସହକର୍ମୀଙ୍କ ସହିତ ନିଜ ବସାରୁ କାମ କରିବାକୁ ବାଇକ୍ ଯୋଗେ ଯାଉଥିଲେ। ମୁଖ୍ୟ ରାସ୍ତାରେ ଏକ ଟ୍ରକ୍ ଧକ୍କା ଦେବା ଫଳରେ ଦୁର୍ଘଟଣାରେ ଉଭୟ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିଲା।
ସେଠାକାର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଦ୍ବୟକୁ ଜବତ କରି ବ୍ୟବଚ୍ଛେଦ ପରେ ଶବାଗାରରେ ରଖିଛି। ଘରକୁ ପୁଅର ଶବ ଆଣିବାକୁ ଇତିହାସଙ୍କ ପାଖରେ ଅର୍ଥ ନଥିବାରୁ ଜିଲ୍ଲା ଶ୍ରମ ବିଭାଗକୁ ଅନୁରୋଧ କରିଛନ୍ତି। ଏ ସମ୍ପର୍କରେ ବୌଦ୍ଧ ଜିଲ୍ଲା ଶ୍ରମ ନିରୀକ୍ଷକଙ୍କୁ ପଚାରିବାରୁ ବେମ୍ବିସେଲ ପ୍ରଶାସନ ସହିତ କଥାବାର୍ତ୍ତା କରି ଶବ ଆଣିବାକୁ ବ୍ୟବସ୍ଥା କରାଯାଉଛି ବୋଲି ସେ କହିଥିଲେ।
Follow Us