ଆନ୍ଧ୍ର ପ୍ରଦେଶର କୋଟୁରେ ନାଗାବଳୀ ନଦୀରେ ଜଳଭଣ୍ଡାର ନିର୍ମାଣ ପ୍ରସଙ୍ଗରେ ଓଡ଼ିଶା ସରକାରଙ୍କର ଆପତ୍ତି ନାହିଁ: ଜଳଶକ୍ତି ମନ୍ତ୍ରୀ ଟୁଡୁ

Advertisment
ଆନ୍ଧ୍ର ପ୍ରଦେଶର କୋଟୁରେ ନାଗାବଳୀ ନଦୀରେ ଜଳଭଣ୍ଡାର ନିର୍ମାଣ ପ୍ରସଙ୍ଗରେ ଓଡ଼ିଶା ସରକାରଙ୍କର ଆପତ୍ତି ନାହିଁ: ଜଳଶକ୍ତି ମନ୍ତ୍ରୀ ଟୁଡୁ

ନୂଆଦିଲ୍ଲୀ: ଆନ୍ଧ୍ର ପ୍ରଦେଶର କୋଟୁରେ ନାଗାବଳୀ ନଦୀରେ ଜଳଭଣ୍ଡାର ନିର୍ମାଣ ପ୍ରସଙ୍ଗରେ କ‌ୌଣସି ସୂଚନା ନାହିଁ ବୋଲି କେନ୍ଦ୍ର ସରକାରଙ୍କୁ ଓଡ଼ିଶା ସରକାରଙ୍କ ଜଣାଇଛନ୍ତି। ତେଣୁ, ସେ ବିଷୟରେ ରାଜ୍ୟ ସରକାର କୌଣସି ଆପତ୍ତି କରି ନାହାନ୍ତି ବୋଲି ଆଜି ଲୋକସଭାରେ ସାଂସଦ ସପ୍ତଗିରି ଶଙ୍କର ଉଲାକାଙ୍କ ପ୍ରଶ୍ନର ଉତ୍ତର ଦେଇ ରାଷ୍ଟ୍ର ଜଳଶକ୍ତି ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ଆନ୍ଧ୍ର ପ୍ରଦେଶ ସରକାର ମଧ୍ୟ ସୂଚନା ଦେଇଛନ୍ତି କି, ତାଙ୍କର ଜଳ ସମ୍ପଦ ବିଭାଗ କୋମରଡ଼ା ମଣ୍ଡଳ ଅନ୍ତର୍ଗତ କୋଟ୍ଟୁ ଗ୍ରାମ ନିକଟରେ ନାଗାବଳୀ ନଦୀରେ କ‌ୌଣସି ନିର୍ମାଣ କାର୍ଯ୍ୟ କରୁ ନାହାନ୍ତି।

ଆନ୍ଧ୍ର ପ୍ରଦେଶର କୋଟୁରେ ନାଗାବଳୀ ନଦୀରେ ଜଳଭଣ୍ଡାର ନିର୍ମାଣ ପ୍ରସଙ୍ଗରେ ଓଡ଼ିଶା ସରକାର ଆପତ୍ତି କରିଛନ୍ତି କି? ନାଗାବଳୀ ନଦୀରେ ଜଳଭଣ୍ଡାର ନିର୍ମାଣ କାର୍ଯ୍ୟ ବନ୍ଦ କରାଇବାକୁ ଆନ୍ଧ୍ର ପ୍ରଦେଶ ରାଜ୍ୟକୁ ପରାମର୍ଶ ଦେବା ସହ ବିବାଦ ସମାଧାନ ପାଇଁ ଟ୍ରାଇବୁନାଲ୍‌ ଗଠନ ପାଇଁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଛନ୍ତି କି? ଯଦି ଉପରୋକ୍ତ କଥା ସତ୍ୟ ତେବେ ତା’ର ପୂର୍ଣ୍ଣ ବିବରଣୀ କ’ଣ ବୋଲି ସାଂସଦ ଉଲାକା ପଚାରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe