ୟୁଏନ୍‌ର ଅନ୍ତର୍ଜାତୀୟ ସମ୍ମିଳନୀରେ ଓଡ଼ିଶାର ୨ ମିଲେଟ୍ ଚାଷୀ

Advertisment

୧୩୨ ଦେଶର ପ୍ରତିନିଧି ସାମିଲ

୧୩୨ ଦେଶର ପ୍ରତିନିଧି ସାମିଲ

ମିଲେଟ୍ ମିସନ୍‌ ପାଇଁ ବଜେଟ୍‌: ୭ ବର୍ଷରେ ବଢ଼ିଛି ୫୦ ଗୁଣା

curioski.com

ଭୁବନେଶ୍ବର : ୟୁଏନର ଫୁଡ ଆଣ୍ଡ ଏଗ୍ରିକଲଚର ପକ୍ଷରୁ ଦିଲ୍ଲୀରେ ଆୟୋଜିତ ଅନ୍ତର୍ଜାତୀୟ ସମ୍ମିଳନୀରେ ଓଡ଼ିଶାର ଦୁଇ ଜଣ ମହିଳା ମିଲେଟ୍‌ ଚାଷୀ ସାମିଲ ହୋଇଥିଲେ। ସମ୍ମିଳନୀରେ ଭାଗ ନେଇଥିବା ୧୩୨ଟି ଦେଶର ପ୍ରତିନିଧିଙ୍କ ଉପସ୍ଥିତିରେ ମୟୂରଭଞ୍ଜ ଜିଲ୍ଲା ଯଶୀପୁର ବ୍ଲକ ମାଟିଆଘର ଗାଁର ସୁବାସା ମହନ୍ତ ଏବଂ ସୁନ୍ଦରଗଡ଼ ଜିଲ୍ଲା ହିମଗିରି ବ୍ଲକ କନିକାର ଶୈଳବାଳା ଭୋଇ ମିଲେଟ୍ ଚାଷ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରିଥିଲେ। କୃଷି ସଚିବ ଅରବିନ୍ଦ ପାଢ଼ୀ ଟ୍ବିଟ୍‌ କରି ଏହି ସୂଚନା ଦେଇଛନ୍ତି।

‘ଖାଦ୍ୟ ସୁରକ୍ଷାର କେନ୍ଦ୍ରରେ ଚାଷୀ’ ଶୀର୍ଷକ ଏହି ସମ୍ମିଳନୀ ଗତ ୧୭ରୁ ୨୦ ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଭାରତ ପକ୍ଷରୁ ବିଭିନ୍ନ ରାଜ୍ୟରେ କରାଯାଉଥିବା ମିଲେଟ୍‌ ଚାଷ ସମ୍ପର୍କରେ ସୂଚନା ଦିଆଯାଇ ଥିଲା। ଏହି ଅବସରରେ ୨୦୨୩ ରେ ଅନ୍ତର୍ଜାତୀୟ ମିଲେଟ୍‌ ବର୍ଷ ଭାବରେ ପାଳନ ପାଇଁ ଭାରତ ପକ୍ଷରୁ ଘୋଷଣା ହୋଇଥିଲା। ମିଲେଟ୍‌ ମିସନ କାର୍ଯ୍ୟକାରିତା ସମ୍ପର୍କରେ ଜଣାଇବା ପାଇଁ ଓଡ଼ିଶାର ୨ ଜଣ ଏବଂ କର୍ଣ୍ଣାଟକର ଜଣେ ଚାଷୀ ଦେଶକୁ ପ୍ରତିନିଧିତ୍ବ କରିଥିଲେ। ସୁବାସା ଏବଂ ଶୈଳବାଳାଙ୍କ ସହିତ ଓଡ଼ିଶା ମିଲେଟ୍ ମିସନର ଜିଲ୍ଲା ସଂଯୋଜକ ସାକ୍ଷୀ ଜେମିନି ମଧ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe