ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ମାର୍ଚ୍ଚ ୪ରେ

Advertisment

ଷଷ୍ଠ ପାଇଁ ୫୨, ସପ୍ତମରୁ ନବମ ପାଇଁ ୧୦୦ ନମ୍ବର, ଓଏମ୍‌ଆର୍‌ରେ ଉତ୍ତର ଦେବେ ପରୀକ୍ଷାର୍ଥୀ

ଷଷ୍ଠ ପାଇଁ ୫୨, ସପ୍ତମରୁ ନବମ ପାଇଁ ୧୦୦ ନମ୍ବର, ଓଏମ୍‌ଆର୍‌ରେ ଉତ୍ତର ଦେବେ ପରୀକ୍ଷାର୍ଥୀ

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ମାର୍ଚ୍ଚ ୪ରେ

Twitter

କଟକ : ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି) ପ୍ରବେଶିକା ପରୀକ୍ଷା ଆସନ୍ତା ମାର୍ଚ୍ଚ ୪ତାରିଖରେ ରାଜ୍ୟର ୭୧୭ଟି ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହେବ। ‌ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଏହି ପ୍ରବେଶିକା ପରୀକ୍ଷା ପାଇଁ ଷଷ୍ଠରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧,୨୪,୦୦୦ ପରୀକ୍ଷାର୍ଥୀ ନାମ ପଞ୍ଜୀକରଣ କରିଛନ୍ତି।

ସୂଚନା ଅନୁସାରେ, ଷଷ୍ଠ ଶ୍ରେଣୀ ପ୍ରବେଶିକା ପରୀକ୍ଷା ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ଅନୁ‌ଷ୍ଠିତ ହେବ। ଷଷ୍ଠ ଶ୍ରେଣୀ ପାଇଁ ମୋଟ ୫୨ନମ୍ବର ପରୀକ୍ଷା ହେବ। ଏଥିରେ ଇଂରାଜୀ, ଗଣିତ, ବିଜ୍ଞାନ, ସାମାଜିକ ବିଜ୍ଞାନ ବିଷୟରୁ ଏକ ନମ୍ବର ବିଶିଷ୍ଟ ୫୨ଟି ସଂକ୍ଷିପ୍ତ ପ୍ରଶ୍ନ(ଏମ୍‌ସିକ୍ୟୁ) ଆସିବ। ପରୀକ୍ଷାର୍ଥୀମାନେ ଉତ୍ତରକୁ ଓଏମ୍‌ଆର୍‌ ସିଟ୍‌ରେ ପୂରଣ କରି‌ବେ। କିନ୍ତୁ ସପ୍ତମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରବେଶିକା ପରୀକ୍ଷା ସକାଳ ୧୦ଟାରୁ ଅପରାହ୍‌ଣ ଗୋଟାଏ ପର୍ଯ୍ୟନ୍ତ ଚାଲିବ। ସପ୍ତମରୁ ଦଶମ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମୋଟ ୧୦୦ ନମ୍ବର ପରୀକ୍ଷା ଦେବେ। ଉପରୋକ୍ତ ସମସ୍ତ ବିଷୟରୁ ୧ନମ୍ବର ବିଶିଷ୍ଟ ମୋଟ ୧୦୦ଟି ସଂକ୍ଷିପ୍ତ ପ୍ରଶ୍ନ ଆସିବ, ଯାହାର ଉତ୍ତରକୁ ମଧ୍ୟ ଓଏମ୍ଆର୍ ସିଟ୍‌ରେ ପୂରଣ କରିବାକୁ ପଡ଼ିବ। ପରୀକ୍ଷାର୍ଥୀ ‌ଓଏମ୍ଆର୍‌ ସିଟ୍‌କୁ କଳା ବା ନୀଳ ବଲ୍‌ପେନ୍‌ରେ ପୂରଣ କରିବାକୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ପରୀକ୍ଷାର୍ଥୀମାନେ ଆସନ୍ତା ୧୫ତାରିଖଠାରୁ ବୋର୍ଡ ୱେବ୍‌ ସାଇଟ୍‌ www.bseodisha.ac.in ରୁ ନିଜ ନାମ, ବାପାଙ୍କ ନାମ ଓ ଶ୍ରେଣୀକୁ ଲଗ୍‌ଇନ୍ କରି ନିଜ ଆଡମିଡ୍‌ କାର୍ଡ ଲାଉନ୍‌ଲୋଡ୍‌ କରିବାକୁ ବୋର୍ଡ ଉପ-ସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe