କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ପକ୍ଷରୁ ଓଡ଼ିଶା ପ୍ରଶାସନିକ ସେବା (ପ୍ରିଲିମିନାରି) ପରୀକ୍ଷା ଅଗଷ୍ଟ ୨୭ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ଓପିଏସ୍ସି ପକ୍ଷରୁ ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପରୀକ୍ଷା ବାଲେଶ୍ବର, ବ୍ରହ୍ମପୁର, ଭୁବନେଶ୍ବର, କଟକ, ସମ୍ବଲପୁରଠାରେ ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପ୍ରଥମ ସିଟିଂ ଓ ସାଢେ ୧ଟାରୁ ସାଢେ ୩ଟା ପର୍ଯ୍ୟନ୍ତ ଦ୍ବିତୀୟ ସିଟିଂ ପରୀକ୍ଷା ହେବ। ଦିବ୍ୟାଙ୍ଗ ପ୍ରାର୍ଥୀଙ୍କୁ ଅଧିକ ୪୦ ମିନିଟ୍ ଲେଖାଏ ସମୟ ଦିଆଯିବ। ପ୍ରଥମ ସିଟିଂରେ ଜେନେରାଲ ଷ୍ଟଡିଜର (ପେପର-୧) ର ୧୦୦ଟି ସଂକ୍ଷିପ୍ତ ପ୍ରଶ୍ନ ଓ ଦ୍ବିତୀୟ ସିଟିଂରେ ଜେନେରାଲ ଷ୍ଟଡିଜ୍ (ପେପର-୨)ର ୮୦ଟି ପ୍ରଶ୍ନ ପଡ଼ିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି।
ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ଅଗଷ୍ଟ ୨୭ରେ
Advertisment
Follow Us