ଜଳବାୟୁ ପରିବର୍ତ୍ତନ ଦ୍ବାରା ଓଡ଼ିଶା ପ୍ରଭାବିତ: ଉପମୁଖ୍ୟମନ୍ତ୍ରୀ

Advertisment

ଜଳବାୟୁ ପରିବର୍ତ୍ତନ ଦ୍ବାରା ଓଡ଼ିଶା ଅତ୍ୟନ୍ତ ପ୍ରଭାବିତ ହୋଇଛି। ଭାରତର ଗ୍ରିନ୍‌ ହାଉସ୍‌ ଗ୍ୟାସ ନିର୍ଗମନରେ ଓଡ଼ିଶାର ଯୋଗ‌ଦାନ ୯%ରୁ ଅଧିକ ରହିଛି। ତେଣୁ ସବୁଜ ଶକ୍ତି ଓ ସ୍ଥାୟୀ ଶିଳ୍ପର ସମ୍ପ୍ରସାରଣ ସହ ଜଳବାୟୁ ପ୍ରଶସନରେ ନେତୃତ୍ବ ନେବାର ଗୁରୁ ଦାୟିତ୍ବ ଆମ ଉପରେ ରହୁଛି।

ଜଳବାୟୁ ପରିବର୍ତ୍ତନ ଦ୍ବାରା ଓଡ଼ିଶା ଅତ୍ୟନ୍ତ ପ୍ରଭାବିତ ହୋଇଛି। ଭାରତର ଗ୍ରିନ୍‌ ହାଉସ୍‌ ଗ୍ୟାସ ନିର୍ଗମନରେ ଓଡ଼ିଶାର ଯୋଗ‌ଦାନ ୯%ରୁ ଅଧିକ ରହିଛି। ତେଣୁ ସବୁଜ ଶକ୍ତି ଓ ସ୍ଥାୟୀ ଶିଳ୍ପର ସମ୍ପ୍ରସାରଣ ସହ ଜଳବାୟୁ ପ୍ରଶସନରେ ନେତୃତ୍ବ ନେବାର ଗୁରୁ ଦାୟିତ୍ବ ଆମ ଉପରେ ରହୁଛି।

sfhsffhfh

ଭୁବନେଶ୍ବର: ଜଳବାୟୁ ପରିବର୍ତ୍ତନ ଦ୍ବାରା ଓଡ଼ିଶା ଅତ୍ୟନ୍ତ ପ୍ରଭାବିତ ହୋଇଛି। ଭାରତର ଗ୍ରିନ୍‌ ହାଉସ୍‌ ଗ୍ୟାସ ନିର୍ଗମନରେ ଓଡ଼ିଶାର ଯୋଗ‌ଦାନ ୯%ରୁ ଅଧିକ ରହିଛି। ତେଣୁ ସବୁଜ ଶକ୍ତି ଓ ସ୍ଥାୟୀ ଶିଳ୍ପର ସମ୍ପ୍ରସାରଣ ସହ ଜଳବାୟୁ ପ୍ରଶସନରେ ନେତୃତ୍ବ ନେବାର ଗୁରୁ ଦାୟିତ୍ବ ଆମ ଉପରେ ରହୁଛି। ଏଥିପାଇଁ ଶିଳ୍ପଗୁଡ଼ିକର ଏମିସନ ହ୍ରାସ କରିବା ସହ ଜାତୀୟ ତଥା ବିଶ୍ବ ଜଳବାୟୁ ଲକ୍ଷ୍ୟ ହାସଲ କରିବାକୁ ପଡ଼ିବ। ସମୟ ସହ ଆଗକୁ ବଢ଼ି ଶୂନ୍ୟ ଲକ୍ଷ୍ୟ ହାସଲ କରିବାକୁ ହେବ। ଏକ ସବୁଜ ଓ ଅଧିକ ସ୍ଥାୟୀ ଆଡ଼କୁ ଅଗ୍ରସର ହେବାକୁ ହେଲେ ସମସ୍ତଙ୍କ ସାମୂହିକ ପ୍ରୟାସ ଆବଶ୍ୟକ ବୋଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି। ପରିବେଶ ଗବେଷଣା ଓ ନବସୃଜନ ସଙ୍ଗଠନ ‘ଆଇଫରେଷ୍ଟ’ ଓ ଶକ୍ତି ବିଭାଗ ମିଳିତ ସହଯୋଗରେ ଆୟୋଜିତ ‘ଓଡ଼ିଶାରେ ସବୁଜ ଅଭିବୃଦ୍ଧି ଓ ସବୁଜ ନିଯୁକ୍ତି ପାଇଁ ଜଷ୍ଟ ଏନର୍ଜି ଟ୍ରାନଜିସନ୍‌’ ଶୀର୍ଷକ ସମ୍ମିଳନୀରେ ଉପମୁଖ୍ୟମନ୍ତ୍ରୀ ଏଭଳି ମତପ୍ରକାଶ କରିଛନ୍ତି।

୨୦୩୦ ସୁଦ୍ଧା ୧୧ ଜିଗାୱାଟ୍‌ ଅକ୍ଷୟ ଶକ୍ତି ଲକ୍ଷ୍ୟ: ଶକ୍ତି ସଚିବ
ଆଇଟିଆଇ ଓ ଡିପ୍ଲୋମାରେ ଖୋଲିବ ସବୁଜ ନିଯୁକ୍ତି ପାଠ୍ୟକ୍ରମ

ଶକ୍ତି ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ଓଡ଼ିଶାରେ ସ୍ବଳ୍ପ ଅଙ୍ଗାରକାମ୍ଳ ଅର୍ଥ ବ୍ୟବସ୍ଥାର ମୂଳଦୁଆ ୩ଟି ସ୍ତମ୍ଭ ଯଥା ଅକ୍ଷୟ ଶକ୍ତି, ଶକ୍ତି କ୍ଷମତା ଓ ସ୍ଥାୟୀ ଶିଳ୍ପ ପଦ୍ଧତି ଉପରେ ରହିଛି। ୨୦୩୦ ସୁଦ୍ଧା ୧୧ ଜିଗାୱାଟ୍‌ ଅକ୍ଷୟ ଶକ୍ତି ହାସଲ କରିବାକୁ ଓଡ଼ିଶା ପ୍ରତିଶ୍ରୁତିବଦ୍ଧ। ଏହି ଲକ୍ଷ୍ୟ ହାସଲ କରିବାକୁ ଆମେ ପ୍ରଗତିଶୀଳ ଅକ୍ଷୟ ଶକ୍ତି ନୀତି ମାଧ୍ୟମରେ ଦୃଢ଼ ପଦକ୍ଷେପ ନେଉଛୁ। ଯେଉଁଥିରେ ସବୁଜ ଶକ୍ତି ଓ ସବୁଜ ଶିଳ୍ପକୁ ପ୍ରାଥମିକତା ଦିଆଯାଉଛି। ଗ୍ରିନ୍‌ ଏନର୍ଜିକୁ ଗୁରୁତ୍ବ ଦେଇ ଓଡ଼ିଶାର ଆଇଟିଆଇ ଓ ଡିପ୍ଲୋମା ସ୍ତରରେ ଗ୍ରିନ୍‌ ଜବ୍‌(ସବୁଜ ନିଯୁକ୍ତି) ସାର୍ଟିଫକେଟ୍‌ ପାଠ୍ୟକ୍ରମ ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ ସୂଚନା ଦେଇଥିଲେ। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ସଚିବ ଏନ୍‌ବିଏସ୍‌ ରାଜପୁତ୍‌ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ଭବିଷ୍ୟତ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ଟ୍ରେଡ୍‌, ସଂକ୍ଷିପ୍ତ ପାଠ୍ୟକ୍ରମ ଖୋଲାଯିବ। ସୋଲାର ଏନର୍ଜି, ଇଭି ରକ୍ଷଣାବେକ୍ଷଣ, ଟେକ୍ନିସିଆନ୍‌ ପରି ପାଠ୍ୟକ୍ରମ ଉପରେ ଗୁରୁତ୍ବ ଦିଆଯାଉଥିବା ସେ କହିଥିଲେ। ଇଫରେଷ୍ଟ ସଭାପତି ତଥା ସିଇଓ ଚନ୍ଦ୍ର ଭୂଷଣ ସ୍ବାଗତ ଭାଷଣ ଦେବା ସହ ‘ଜଷ୍ଟ ଟ୍ରାନଜିସନ୍‌ ଇନ୍‌ ଓଡ଼ିଶା ଫର୍‌ ଗ୍ରିନ୍‌ ଗ୍ରୋଥ୍‌ ଆଣ୍ଡ୍‌ ଗ୍ରିନ୍‌ ଜବସ୍‌’ ଶୀର୍ଷକ ରିପୋର୍ଟ ଉପରେ ଆଲୋକପାତ କରିଥିଲେ।

ଆଇଫରେଷ୍ଟର ଜଷ୍ଟ ଟ୍ରାଞ୍ଜିସନ୍‌ ନିର୍ଦ୍ଦେଶିକା ଶ୍ରେଷ୍ଠା ବାନା‌ର୍ଜୀ କହିଲେ ଜଷ୍ଟ ଟ୍ରାଞ୍ଜିସନ୍‌ ଦ୍ବାରା ଓଡ଼ିଶା ଭଳି କୋଇଲା ଇନ୍ଧନ ଉପରେ ନିର୍ଭରଶୀଳ ରାଜ୍ୟଗୁଡ଼ିକ ଶ୍ରମିକ ଓ ସମ୍ପ୍ରଦାୟ କଲ୍ୟାଣ ସହ ସାଲିସ ନ କରି ଏକ ସବୁଜ ଅର୍ଥ ବ୍ୟବସ୍ଥା ଗଢ଼ିବାରେ ସକ୍ଷମ ହେବେ। ଏଥିପାଇଁ ଉପଯୁକ୍ତ ଯୋଜନା ଓ ନିବେଶ ଗୁରୁତ୍ବପୂର୍ଣ୍ଣ ହେବ। ଏହି ଲକ୍ଷ୍ୟ ହାସଲ କରିବାକୁ ରିପୋର୍ଟରେ ସୁପାରିସ କରାଯାଇଛି। ଏହି ଅବସରରେ ଅନୁଷ୍ଠିତ ବିଭିନ୍ନ ଅଧିବେଶନରେ ମହାନଦୀ କୋଲଫିଲ୍ଡସ୍‌ ଲିମିଟେଡ୍‌, ଟାଟା ଷ୍ଟିଲ୍‌, ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ୍‌ ପାୱାର ଲିମିଟେଡ୍‌, ଉତ୍କଳ ଚାମ୍ବର ଅଫ୍‌ କମର୍ସ, ଓଡ଼ିଶା ପାୱାର ଜେନେରେସନ କର୍ପୋରେସନ ଲିମିଟେଡ୍‌, ଗ୍ରିଡ୍‌କୋ, ଓରେଡା, ବିଶ୍ବ ଦକ୍ଷତା କେନ୍ଦ୍ର, ଗ୍ରିନ୍‌ ଜବସ୍‌ ପାଇଁ ସ୍କିଲ୍‌ କାଉନସିଲ୍‌ ପ୍ରଭୃତି ସଂସ୍ଥାର ପ୍ରତିନିଧିମାନେ ସାମିଲ ହୋଇ ଏନର୍ଜି ଟ୍ରାଞ୍ଜିସନ୍‌ ହାସଲ ଉପରେ ଆଲୋଚନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe