ଜଳବାୟୁ ପରିବର୍ତ୍ତନ ଦ୍ବାରା ଓଡ଼ିଶା ପ୍ରଭାବିତ: ଉପମୁଖ୍ୟମନ୍ତ୍ରୀ

Advertisment

ଜଳବାୟୁ ପରିବର୍ତ୍ତନ ଦ୍ବାରା ଓଡ଼ିଶା ଅତ୍ୟନ୍ତ ପ୍ରଭାବିତ ହୋଇଛି। ଏକ ସବୁଜ ଓ ଅଧିକ ସ୍ଥାୟୀ ଭବିଷ୍ୟତ ଆଡ଼କୁ ଅଗ୍ରସର ହେବାକୁ ହେଲେ ସମସ୍ତଙ୍କ ସାମୂହିକ ପ୍ରୟାସ ଆବଶ୍ୟକ ବୋଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି।

ଜଳବାୟୁ ପରିବର୍ତ୍ତନ ଦ୍ବାରା ଓଡ଼ିଶା ଅତ୍ୟନ୍ତ ପ୍ରଭାବିତ ହୋଇଛି। ଏକ ସବୁଜ ଓ ଅଧିକ ସ୍ଥାୟୀ ଭବିଷ୍ୟତ ଆଡ଼କୁ ଅଗ୍ରସର ହେବାକୁ ହେଲେ ସମସ୍ତଙ୍କ ସାମୂହିକ ପ୍ରୟାସ ଆବଶ୍ୟକ ବୋଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି।

scscscff

ଭୁବନେଶ୍ବର: ଜଳବାୟୁ ପରିବର୍ତ୍ତନ ଦ୍ବାରା ଓଡ଼ିଶା ଅତ୍ୟନ୍ତ ପ୍ରଭାବିତ ହୋଇଛି। ଏକ ସବୁଜ ଓ ଅଧିକ ସ୍ଥାୟୀ ଭବିଷ୍ୟତ ଆଡ଼କୁ ଅଗ୍ରସର ହେବାକୁ ହେଲେ ସମସ୍ତଙ୍କ ସାମୂହିକ ପ୍ରୟାସ ଆବଶ୍ୟକ ବୋଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି। ପରିବେଶ ଗବେଷଣା ଓ ନବସୃଜନ ସଙ୍ଗଠନ ‘ଆଇଫରେଷ୍ଟ’ ଓ ଶକ୍ତି ବିଭାଗ ମିଳିତ ସହଯୋଗରେ ଆୟୋଜିତ ‘ଓଡ଼ିଶାରେ ସବୁଜ ଅଭିବୃଦ୍ଧି ଓ ସବୁଜ ନିଯୁକ୍ତି ପାଇଁ ଜଷ୍ଟ ଏନର୍ଜି ଟ୍ରାନଜିସନ୍‌’ ଶୀର୍ଷକ ସମ୍ମିଳନୀରେ ଉପମୁଖ୍ୟମନ୍ତ୍ରୀ ଏଭଳି ମତପ୍ରକାଶ କରିଛନ୍ତି।

୨୦୩୦ ସୁଦ୍ଧା ୧୧ ଜିଗାୱାଟ୍‌ ଅକ୍ଷୟ ଶକ୍ତି ଲକ୍ଷ୍ୟ: ଶକ୍ତି ସଚିବ
ଆଇଟିଆଇ ଓ ଡିପ୍ଲୋମାରେ ଖୋଲିବ ସବୁଜ ନିଯୁକ୍ତି ପାଠ୍ୟକ୍ରମ

ଶକ୍ତି ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ୨୦୩୦ ସୁଦ୍ଧା ୧୧ ଗିଗାୱାଟ୍‌ ଅକ୍ଷୟ ଶକ୍ତି ହାସଲ କରିବାକୁ ଓଡ଼ିଶା ପ୍ରତିଶ୍ରୁତିବଦ୍ଧ। ଏହି ଲକ୍ଷ୍ୟ ହାସଲ କରିବାକୁ ଅକ୍ଷୟ ଶକ୍ତି ନୀତିରେ ସବୁଜ ଶକ୍ତି ଓ ସବୁଜ ଶିଳ୍ପକୁ ପ୍ରାଥମିକତା ଦିଆଯାଉଛି। ସବୁଜ ଶକ୍ତିକୁ ଗୁରୁତ୍ବ ଦେଇ ଓଡ଼ିଶାର ଆଇଟିଆଇ ଓ ଡିପ୍ଲୋମା ସ୍ତରରେ ଗ୍ରିନ୍‌ ଜବ୍‌(ସବୁଜ ନିଯୁକ୍ତି) ସାର୍ଟିଫକେଟ୍‌ ପାଠ୍ୟକ୍ରମ ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ ସୂଚନା ଦେଇଥିଲେ।

ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ସଚିବ ଏନ୍‌ବିଏସ୍‌ ରାଜପୁତ୍‌ କହିଲେ, ଭବିଷ୍ୟତ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ଟ୍ରେଡ୍‌, ସଂକ୍ଷିପ୍ତ ପାଠ୍ୟକ୍ରମ ଖୋଲାଯିବ। ସୌର ଶକ୍ତି, ଇଭି ରକ୍ଷଣାବେକ୍ଷଣ, ଟେକ୍ନିସିଆନ୍‌ ପରି ପାଠ୍ୟକ୍ରମ ଉପରେ ଗୁରୁତ୍ବ ଦିଆଯାଉଥିବା ସେ କହିଥିଲେ। ଇଫରେଷ୍ଟ ସଭାପତି ତଥା ସିଇଓ ଚନ୍ଦ୍ର ଭୂଷଣ ସ୍ବାଗତ ଭାଷଣ ଦେଇଥିଲେ। ଏହି ଅବସରରେ ଅନୁଷ୍ଠିତ ବିଭିନ୍ନ ଶିଳ୍ପସଂସ୍ଥାର ପ୍ରତିନିଧି ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe