ନକ୍ସଲ ଚିନ୍ତା ଘାରିଲା : ଆନ୍ଧ୍ର ଡିଜି-ଓଡ଼ିଶା ପୁଲିସର ଆଲୋଚନା

Advertisment
ନକ୍ସଲ ଚିନ୍ତା ଘାରିଲା : ଆନ୍ଧ୍ର ଡିଜି-ଓଡ଼ିଶା ପୁଲିସର ଆଲୋଚନା

ଭୁବନେଶ୍ୱର, : ଆନ୍ଧ୍ରପ୍ରଦେଶରେ ନକ୍ସଲମାନେ ଜଣେ ବିଧାୟକ ଓ ଜଣେ ପୂର୍ବତନ ବିଧାୟକଙ୍କୁ ଗୁଳି କରି ହତ୍ୟା କରିବା ପରେ ଉଭୟ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ପୁଲିସ ପାଇଁ ଚିନ୍ତା ବଢ଼ି ଯାଇଛି। ‌େକମିତି ଦୁଇ ରାଜ୍ୟ ପୁଲିସ ମିଳି ମିଶି ନକ୍ସଲ ନିପାତ କରିବେ, ଏ ନେଇ ଆଜି ଆନ୍ଧ୍ରପ୍ରଦେଶ ପୁଲିସ ଡିଜି, ଗୁଇନ୍ଦା ଓ ଅପରେସନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହିତ ଓଡ଼ିଶା ପୁଲିସ ଡିଜି ଓ ଅନ୍ୟାନ୍ୟ ଅଧିକାରୀଙ୍କ ମଧ୍ୟରେ ଭୁବନେଶ୍ବର କ୍ୟାମ୍ପ ଅଫିସରରେ ଏକ ବୈଠକ ବସିଥିଲା। ଯେଉଁଥିରେ ଦୁଇ ରାଜ୍ୟ ପୁଲିସ ଗୁଇନ୍ଦା ସୂଚନା ଆଦାନ ପ୍ରଦାନ କରିବା, ମିଶି କରି ନକ୍ସଲ ବିରୋଧୀ ଅପରେସେନ୍ କରିବା ଓ ନକ୍ସଲମାନଙ୍କ ଉପରେ କିଭଳି ଅଧିକ ଚାପ ପ୍ର‌ୟୋଗ କରାଯିବ, ସେ ଦିଗରେ ଆଲୋଚନା ହୋଇଥିଲା।

ପୁଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କଠାରୁ ମିଳିଥିବା ସୂଚନା ମୁତାବକ, ପୂବର୍ରୁ ଉଭୟ ରାଜ୍ୟ ପୁଲିସ ଗୁଇନ୍ଦା ସୂଚନା ଆଦାନପ୍ରଦାନ କରିବା ଛଡ଼ା ମିଳିତ ଅପରେସନ୍ ମଧ୍ୟ କରୁଥିଲେ। ଏହା କିଭଳି ଆହୁରି ଅଧିକ ମଜଭୁତ ହୋଇପାରିବ, ତାହା ଉପରେ ଆଲୋଚନା ହୋଇଥିଲା।

ଆନ୍ଧ୍ରପ୍ରଦେଶର ଆର‌୍‌କି ନିବାର୍ଚନମଣ୍ତଳୀର ଟିଡିପି ନେତା କେଦାରି ସର୍ବେଶ୍ବର ରାଓ ଓ ପୂର୍ବତନ ବିଧାୟକ ଏସ୍‌ ସୋମାଙ୍କୁ ଅତି ନିକଟରୁ ଗୁଳି କରି ହତ୍ୟା କରିବା ପରେ ଆନ୍ଧ୍ରପ୍ରଦେଶରେ ଜୋରଦାର ଅପରେସନ୍ ଆରମ୍ଭ ହୋଇଛି। ଫଳରେ ନକ୍ସଲମାନେ ଓଡ଼ିଶା ଓ ଛତିଶଗଡ଼ମୁହାଁ ହୋଇଛନ୍ତି। ବିଶେଷକରି ମାଲକାନାଗିରି, କୋରାପୁଟ, ରାୟଗଡ଼ା ଜିଲ୍ଲାରେ ସେମାନଙ୍କ ପ୍ରଭାବ ବିସ୍ତାର କରିବାରେ ଲାଗିଛନ୍ତି। ବିଧାୟକ ଓ ପୂର୍ବତନ ବିଧାୟକ ହତ୍ୟା ଘଟଣାରେ ମାଓନେତା ଆର୍‌କେ ଏବେ ଉଭୟ ରାଜ୍ୟ ପୁଲିସ ପାଇଁ ଚିନ୍ତାର କାରଣ ପାଲଟିଛି। ତାଙ୍କୁ ଗିରଫ କରିବାକୁ ୩ଟି ରାଜ୍ୟ ଛତିଶଗଡ଼, ଓଡ଼ିଶା ଓ ଆ‌ନ୍ଧ୍ରପ୍ରଦେଶ ପୁଲିସ ମଧ୍ୟରେ ମିଳିତ ଅପରେସନ୍ ଆରମ୍ଭ କରିବ। କିଛି ଦିନ ତଳେ ଓଡ଼ିଶା ପୁଲିସ ଓ ଛତିଶଗଡ଼ ପୁଲିସ ମଧ୍ୟରେ ଏ ନେଇ ଆଲୋଚନା ହୋଇଥିଲା। ଆଜି ଆନ୍ଧ୍ର ପୁଲିସ ସହିତ ମଧ୍ୟ ଏନେଇ ଆଲୋଚନା ହୋଇଛି।

ଏହି ‌େବୖଠକରେ ଆନ୍ଧ୍ର ପୁଲିସ ଡିଜି ଆର୍‌ପି ଠାକୁର, ଏଡିଜି ‌େଭଙ୍କଟେଶ୍ବର ରାଓ, ନଳିନୀ ପ୍ରଭାତ, ବି ଶ୍ରୀନିବା ରାମଲୁ, ଓଡ଼ିଶା ପୁଲିସ ପକ୍ଷରୁ ଗୁଇନ୍ଦା ନିଦେର୍ଶକ ସୁନୀଲ ରଏ, ଆର୍‌ପି କୋଚେ, ଆରକେ ଶର୍ମା, ଘନଶ୍ୟାମ ଉପାଧ୍ୟାୟ, ଆଶିଷ ସିଂହ, ଅନିରୁଦ୍ଧ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe