ଓଡ଼ିଶା-ଆନ୍ଧ୍ର ସୀମା ବିବାଦ ପ୍ରସଙ୍ଗ: ୮୦୦କିମି ପଦଯାତ୍ରା କରି ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ମୁକ୍ତିକାନ୍ତ

Advertisment

ଗାନ୍ଧୀ ଜୟନ୍ତୀରେ ରାଜଧାନୀର ଗାନ୍ଧୀ ପାର୍କରୁ ଆରମ୍ଭ କରିବେ ପଦଯାତ୍ରା

ଗାନ୍ଧୀ ଜୟନ୍ତୀରେ ରାଜଧାନୀର ଗାନ୍ଧୀ ପାର୍କରୁ ଆରମ୍ଭ କରିବେ ପଦଯାତ୍ରା

ଓଡ଼ିଶା-ଆନ୍ଧ୍ର ସୀମା ବିବାଦ ପ୍ରସଙ୍ଗ: ୮୦୦କିମି ପଦଯାତ୍ରା କରି ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ମୁକ୍ତିକାନ୍ତ

ଭୁବନେଶ୍ବର : ସୀମାକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ବିବାଦ ଲାଗି ରହିଛି। ଦୁଇ ପଡ଼ୋଶୀ ରାଜ୍ୟ ମଧ୍ୟରେ ସୃଷ୍ଟି ହୋଇଥିବା ଏହି ସୀମା ବିବାଦର ସମାଧାନ ତଥା ଶାନ୍ତି ବାର୍ତ୍ତା ଦେବା ଲାଗି ରାଉରକେଲାର ଲଢ଼ୁଆ ଯୁବ ସ୍ବେଚ୍ଛାସେବୀ ମୁକ୍ତିକାନ୍ତ ବିଶ୍ବାଳ ଭୁବନେଶ୍ବରରୁ ଆନ୍ଧ୍ର ପ୍ରଦେଶକୁ ପଦଯାତ୍ରା କରିବେ। ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରେ ଜୟଦେବ ବିହାରସ୍ଥିତ ଗାନ୍ଧୀ ପାର୍କରୁ ତାଙ୍କର ପଦଯାତ୍ରା ଆରମ୍ଭ ହେବ ଏବଂ ପ୍ରାୟ ୮ଶହ କିମି ପଦଯାତ୍ରା କରି ସେ ଦେଢ଼ ମାସ ମଧ୍ୟରେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡିଙ୍କ କାର୍ଯ୍ୟାଳୟରେ ପହଞ୍ଚିବେ ବୋଲି ଜଣାପଡ଼ିଛି।

ଆଜି ସ୍ଥାନୀୟ ଉତ୍କଳ ଚ୍ୟାମ୍ବର୍ସ ଅଫ୍ କମର୍ସରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁକ୍ତିକାନ୍ତ, ତାଙ୍କ ସହଯୋଗୀ ଶତ୍ରୁଜିତ ମିଶ୍ର ଓ ପୁଣ୍ୟ ଉତ୍କଳର ସଦସ୍ୟମାନଙ୍କ ଗହଣରେ ଉପସ୍ଥିତ ରହି ଏହି ସୂଚନା ଦେଇଛନ୍ତି। ସୀମା ବିବାଦକୁ ନେଇ ମୁକ୍ତିକାନ୍ତ କହିଛନ୍ତି, ଦେଶ ସ୍ବାଧୀନ ହେବାର ୭୫ ବର୍ଷ ପରେ ଆଜି ବି ଭାରତ-ପାକିସ୍ତାନ ଓ ଭାରତ-ଚୀନ ମଧ୍ୟରେ ଏବେ ବି ଦ୍ବନ୍ଦ୍ବ ଲାଗିରହିଛି। ୩ଥର ଯୁଦ୍ଧ ପରେ ବି କୌଣସି ନିର୍ଯ୍ୟାସ ବାହରି ପାରିନାହିଁ। ଏବେ ରାଜ୍ୟ ରାଜ୍ୟ ମଧ୍ୟରେ ସୀମା ବିବାଦ ଦ୍ବାରା ସୃଷ୍ଚ ଅଶାନ୍ତ ପରିସ୍ଥିତି ତାଙ୍କ ହୃଦୟକୁ ବ୍ୟଥିତ କରିଛି। ସମୟେ ସମୟେ ଏମିତି ପ୍ରତୀତ ହେଉଛି ଯେପରି ସ୍ବାଧୀନ ଭାରତର ମୁକ୍ତ ଆକାଶ ତଳେ ଏବେ ବି ଲୋକେ ଛିଡ଼ା ହୋଇନାହାନ୍ତି। ତେଣୁ ଏହାକୁ ନେଇ ପ୍ରଥମେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଖା କରି ସମାଧାନ ପତ୍ର ଦେବା ସହିତ ସେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଭେଟି ଅନୁରୂପ ଅନୁ‌ରୋଧ କରିବେ। ଦୀର୍ଘ ୮ଶହ କିମି ପଦଯାତ୍ରା କରିବାକୁ ତାଙ୍କୁ ପ୍ରାୟ ୪୫ଦିନ ଲାଗିବ ବୋଲି ମୁକ୍ତିକାନ୍ତ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe