ଓଡ଼ିଶା ଏଏନ୍‌ଏମ୍‌ ୱାର୍କର୍ସ ୟୁନିୟନ୍‌ ପକ୍ଷରୁ ଗଣଧାରଣା

Advertisment
ଓଡ଼ିଶା ଏଏନ୍‌ଏମ୍‌ ୱାର୍କର୍ସ ୟୁନିୟନ୍‌ ପକ୍ଷରୁ ଗଣଧାରଣା

ଭୁବନେଶ୍ବର : ୪ଦଫା ଦାବି ନେଇ ଆଜି ଓଡ଼ିଶା ଏଏନ୍‌ଏମ୍‌ ୱାର୍କର୍ସ ୟୁନିୟନ୍‌ ପକ୍ଷରୁ ଭୁବନେଶ୍ବର ଲୋୟର ପିଏମ୍‌ଜିରେ ଗଣଧାରଣା ଦିଆଯାଇଛି। ଦାବିଗୁଡ଼ିକ ମଧ୍ୟରେ କୋଭିଡ୍ ସମୟରେ କାମ କରିଥିବା ସମସ୍ତ ଏଏନ୍‌ଏମ୍‌ମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ସ୍ଥାୟୀ ନିଯୁକ୍ତି, ରାଜ୍ୟରେ ଖାଲି ଥିବା ଏଏନ୍‌ଏମ୍ ପଦ ପୂରଣ ପାଇଁ ନିଯୁକ୍ତି ବିଜ୍ଞାପନ ପ୍ରକାଶ ନକରି ସେହି ପଦରେ କରୋନା ସମୟରେ ଅସ୍ଥାୟୀ ଭାବରେ କାମ କରିଥିବା ଏଏନ୍‌ଏମ୍‌ମାନଙ୍କୁ ସ୍ଥାୟୀ ଭାବରେ ନିଯୁକ୍ତ କରିବା, କୌଣସି ବୟସ ସୀମା ନରଖି ସମସ୍ତଙ୍କୁ ପ୍ରାଥମିକତା ଭିତ୍ତିରେ ନିୟୋଜିତ କରିବା ଓ ସମସ୍ତଙ୍କୁ ସ୍ଥାୟୀ ନିଯୁକ୍ତି ଆଦି ରହିଛି। ସରକାର ଦାବିକୁ ହୃଦୟଙ୍ଗମ କରି ଖାଲି ପଡ଼ିଥିବା ପଦରେ କରୋନା ସମୟରେ କାମ କରିଥିବା ସ୍ବାସ୍ଥ୍ୟକର୍ମୀ ଏଏନ୍‌ଏମ୍‌ମାନଙ୍କୁ ପ୍ରଥମେ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଦିଅନ୍ତୁ ବୋଲି ୟୁନିଅନ ପକ୍ଷରୁ ଦାବି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe