ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ଅଧ୍ୟାଦେଶ, ୨୦୨୩ର ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଲା

Advertisment
ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ଅଧ୍ୟାଦେଶ, ୨୦୨୩ର ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଲା

The Economic Times

ଭୁବନେଶ୍ବର : ନଗର ଉନ୍ନୟନ ବିଭାଗ ପକ୍ଷରୁ ଆସିଥିବା ଅଧିନିୟମ, ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ଅଧ୍ୟାଦେଶ, ୨୦୨୩କୁ ମେ ୨୯ରେ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଥିଲା। ଏନେଇ ଆଇନ ବିଭାଗ ପକ୍ଷରୁ ଜୁନ୍ ୨୮ରେ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି।

ଏବେ ବିଧାନସଭାର କୌଣସି ଅଧି‌େବଶନ ନଥିବାରୁ ରାଜ୍ୟ ସରକାର ଏହି ଅଧ୍ୟାଦେଶ ଆଣିଥିଲେ। ଏହାକୁ ରାଜ୍ୟପାଳ ମଧ୍ୟ ଅନୁମୋଦନ କରିଛନ୍ତି। ଏହାପରେ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଅଧ୍ୟାଦେଶରେ ଆପାର୍ଟମେଣ୍ଟଗୁଡ଼ିକର ଉତ୍ତମ ପରିଚାଳନା ନିମନ୍ତେ ପ୍ରଚଳିତ ଆଇନର ବିଭିନ୍ନ ବ୍ୟବସ୍ଥାରେ ବିବିଧ ସଂଶୋଧନ ଏବଂ ବିଭିନ୍ନ ଧାରାଗୁଡ଼ିକର ସଂଯୋଗ ଏବଂ ପରିବର୍ତ୍ତନ ଅଣାଯାଇଛି। ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଅଧିନିୟମ, ୧୯୮୨ (ଓଡ଼ିଶା ଅଧିନିୟମ ୧୯୮୪ର ୧) ପ୍ରତ୍ୟାହାର କରିବା ପ୍ରସ୍ତାବକୁ ବିଚାରକୁ ନେଇ ଏହି ନୂଆ ଅଧିନିୟମ ଆସିଛି। ଏଥିରେ ଆପାର୍ଟମେଣ୍ଟ ମାଲିକମାନଙ୍କର ସାଧାରଣ ବ୍ୟବହାର ନିମନ୍ତେ ଉଦ୍ଦିଷ୍ଟ ସ୍ଥାନ ଉପରେ ଅଧିକାର ପ୍ରଦାନ ନିମନ୍ତେ ବ୍ୟବସ୍ଥା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe