ବିଦ୍ୟୁତ ବିଲ୍‌ ହ୍ରାସ କରିବାକୁ ବିଧାନସଭା ପାଇଁ ବିକଳ୍ପ ବ୍ୟବସ୍ଥା : ୩୫ ଲକ୍ଷ ଟଙ୍କାରେ ପ୍ରତିଷ୍ଠା ହେବ ସୌରଶକ୍ତି ପ୍ରକଳ୍ପ

Advertisment
ଏଥରକ ବିଧାନସଭାରେ ଆସିବ ୧୪ଟି ଅଧ୍ୟାଦେଶ ବିଲ୍‌

odishaassembly.nic.in

ଭୁବେନଶ୍ବର : ବିଧାନସଭାର ବିଦ୍ୟୁତ ବିଲ୍‌ ବୋଝ ହାଲୁକା କରିବାକୁ ସୌରଶକ୍ତି ଉତ୍ପାଦନ ଉପରେ ଗୁରୁତ୍ବ ଦିଆଯାଇଛି। ଆଜି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ସଂସ୍ଥା (ଓରେଡ଼ା) କର୍ତ୍ତୃପକ୍ଷଙ୍କ ଭିତରେ ବୈଠକ ଅନୁଷ୍ଠିତ ହୋଇଛି। ବୈଠକ ସମ୍ପର୍କରେ ସୂଚନା ଦେଇ ବାଚସ୍ପତି ଶ୍ରୀ ପାତ୍ର କହିଛନ୍ତି ୩୫ ଲକ୍ଷ ଟଙ୍କା ବ୍ୟୟରେ ବିଧାନସୌଧରେ ୯୦ କିଲୋଵାଟ୍‌ର ସୌର ଶକ୍ତି ପ୍ରକଳ୍ପ ପ୍ରତିଷ୍ଠା ହେବ। ଏହି ପ୍ରକଳ୍ପ ଯୋଗୁଁ ବାର୍ଷିକ ୧ ଲକ୍ଷ ୧୮ ହଜାର ୟୁନିଟ୍‌ ବିଦ୍ୟୁତ ଉତ୍ପାଦନ ହେବ। ଏହି ବିଦ୍ୟତ୍‌କୁ ଆଜିଠାରୁ ସେସୁ ଅଞ୍ଚଳର ବିଦ୍ୟୁତ୍‌ ବଣ୍ଟନ ଦାୟିତ୍ବ ନେଇଥିବା ଟାଟା ପାଓ୍ବାର୍‌କୁ ବିକ୍ରି କରାଯିବ। ବର୍ଷ ଶେଷରେ ଟାଟା ପାଓ୍ବାର୍‌ କମ୍ପାନି କେତେ ବିଦ୍ୟୁତ ଦେଇଛି ଓ ବିଧାନସଭାକୁ କେତେ ସୌର ଶକ୍ତି ନେଇଛି ତାର ହିସାବ କରାଯାଇ ବାକି ବିଦ୍ୟୁତ୍‌ ଦେୟ ପଇଠ କରାଯିବ। ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ୧୨୦ ଦିନ ଭିତରେ ସମ୍ପୂର୍ଣ୍ଣ କରାଯିବ। ଅର୍ଥାତ୍‌ ଚଳିତ ମାସଠାରୁ ଆରମ୍ଭ ହୋଇ ଆସନ୍ତା ସେପ୍ଟେମ୍ବର ଭିତରେ ସାରିବାକୁ ନିଷ୍ପତ୍ତି ହୋଇଥିବା ବାଚସ୍ପତି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe